Sunday, 12 November 2017

*ଭକ୍ତ(ଶ୍ରଦ୍ଧାଭାବ)

ସାଧାରଣତଃ ଆମ ସମାଜ ଆସ୍ତିକତାବାଦୀ । ଏଥିରେ ମଧ୍ୟ ସାଧନା ମାର୍ଗ ଅଥବା ଜ୍ଞାନମାର୍ଗ ଅପେକ୍ଷା  ଭକ୍ତିମାର୍ଗରେ ସମାଜର ଅଧିକାଂଶ ଲୋକ ଚାଲିଥାନ୍ତି। ଗୀତାରେ 'ଶ୍ରଦ୍ଧାବାନ ଲଭତେ ଜ୍ଞାନମ ... ସଂଶୟାତ୍ମା ବିନଶ୍ୟତି'  .... ତାହାକୁ ପରିପୁଷ୍ଟ କରୁଛି।

ଗୀତାରେ କୁହାଯାଇଛି ଯେ ମୁଁ ଖାଦ୍ୟ ହଜମ କରି ତାକୁ ରକ୍ତ କରୁଛି, ମୋ ପାଇଁ ସ୍ମୃତି ଶକ୍ତି ତୁମେ ପାଇଥାଅ। ମୁଁ ସମସ୍ତଙ୍କ ହୃଦୟରେ ବାସ କରିଥାଏ। ମୋତେ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିଲେ ପାଇ ପାରିବ।

ଭକ୍ତିରେ କର୍ମକାଣ୍ଡ ଉପରେ ଅଧିକ ବଳ ଦିଆଯାଇଥାଏ। କିନ୍ତୁ ଗୀତା ଭକ୍ତର ଲକ୍ଷଣ କିପରି ହେବା ଉଚିତ ତାହା ବିଶଦ ଭାବେ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରିଛି। କର୍ମକାଣ୍ଡର ଉଦ୍ଦେଶ୍ୟ ଏଇ ଗୁଣସମୁଚୟର ବିକାଶ କରିବା। 'ଅଦ୍ୱୈଷ୍ଟା' (ସମସ୍ତ ପ୍ରାଣୀଙ୍କ ପ୍ରତି ଦ୍ଵେଷଭାବ ଶୂନ୍ୟ) ଏଇ ପ୍ରଥମ ଗୁଣର ଉପାସନା ଦ୍ୱାରା  ଭକ୍ତିର ଅନ୍ୟ ସମସ୍ତ ଗୁଣର ଉପାସନା ସହଜ ହୋଇଯାଏ। ଭାରତରେ ଅଧିକାଂଶ ଲୋକ ମୂର୍ତ୍ତି ପୂଜା କରନ୍ତି । ଏଠାରେ ନିର୍ଗୁଣ, ନିରାକାର ସ୍ୱରୂପକୁ ସ୍ୱୀକାର କରି ମଧ୍ୟ ସଗୁଣ ଭକ୍ତି(ମୂର୍ତ୍ତି ପୂଜା)କୁ ପ୍ରତିଷ୍ଠିତ କରାଯାଇଛି।

୧୨. ୧୧. ୧୭

No comments: