ରାଜନୈତିକ ବ୍ୟକ୍ତିଙ୍କୁ ନିଜର ଆସନ ଅଧିକାର କରିବା ପାଇଁ ଆତ୍ମସ୍ତୁତି ଓ ପରନିନ୍ଦା କରିବାକୁ ପଡ଼ିଥାଏ। ଏଭଳି କରିବା ସମୟରେ ଯଦି ଆସନ ପ୍ରାପ୍ତ ହୋଇଯାଏ ଓ ବିଭିନ୍ନ ପଦପଦବୀ ମିଳିଯାଏ ତେବେ ବ୍ୟକ୍ତି ଭିତରେ ଅହଂକାର ଆସିଯିବା ଅତ୍ୟନ୍ତ ସ୍ୱାଭାବିକ। ଅହଂକାର ଭିତରେ ବ୍ୟକ୍ତିର ପତ୍ତନର ବୀଜ ଲୁଚି ରହିଥାଏ। କ୍ଷମତାର ଅପବ୍ୟବହାର କଲେ ପ୍ରଥମେ ଜନତାଙ୍କ ମନରୁ ତଥା ପରେ କେବେ କେବେ ନିଜ ଦଳରୁ ବହିଷ୍କାର ହେବାକୁ ପଡ଼ିଥାଏ।
ମୁଁ ସବୁ କରୁଛି, ମୋ ଦ୍ୱାରା ସବୁ ହେଉଛି - ଏହି କର୍ତ୍ତା ଭାବ ହିଁ ଅଜ୍ଞାନ କାରଣରୁ ହୋଇଥାଏ। ଗୀତା ଏପରି ଉପଦେଶ ଦେଇଥାଏ। ପ୍ରକୃତିର ଗୁଣ ଅନୁସାରେ ସୃଷ୍ଟିର ସଞ୍ଚାଳନ ହେଉଛି । ଏହା ହିଁ ଗୀତାର ଉପଦେଶ। ଗୀତାରେ ଆସୁରୀ ଗୁଣର ଯେଉଁ ଉଲ୍ଲେଖ କରାଯାଇଛି ସେହି ସବୁ ଗୁଣ ଯଥା ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ ଆଦି ସମସ୍ତ ରାଜନୈତିକ ବ୍ୟକ୍ତି ଭିତରେ ଆସିବା ସାଧାରଣ କଥା ଅଟେ। ସେହି ସମୟରେ ବ୍ୟକ୍ତି ଯଦି ସତର୍କ ନ ରୁହେ ତେବେ ଏହାର ଶୀକାର ହୋଇଯିବାର ସମ୍ଭାବନା ଅଧିକ।
କ୍ଷମତା ଏମିତି ଏକ ମଦ କିମ୍ବା କ୍ଷମତା ସିଂହାସନର ଅହଂଙ୍କାର ଏପରି ଯିଏ ଥରେ ତାକୁ ଚାଖେ ହାରିଗଲା ପରେ ମଧ୍ୟ ପୁଣିଥରେ ତାକୁ ପ୍ରାପ୍ତ କରିବା ପାଇଁ ତାର ମନ ବଳବତ୍ତର ହେଉଥାଏ।
କିନ୍ତୁ ଗୀତାରେ ଭକ୍ତର ଲକ୍ଷଣର ବର୍ଣ୍ଣନାରେ କୁହାଯାଇଛି ଯେ 'ଯସ୍ମାନୋ ଦ୍ଵିଜତେ ଲୋକୋ...।'
ଅର୍ଥାତ -
ଯାହା ଦ୍ୱାରା କୌଣସି ପ୍ରାଣୀ ଉଦ୍ ବେଗ ପ୍ରାପ୍ତ ବା କ୍ଷୁବ୍ଧ ହୁଏ ନାହିଁ ଏବଂ ଯିଏ ନିଜେ ମଧ୍ୟ କୌଣସି ପ୍ରାଣୀ ଦ୍ୱାରା ଉଦ୍ ବେଗ ପ୍ରାପ୍ତ ହୁଏ ନାହିଁ ତଥା ଯିଏ ହର୍ଷ, ଅମର୍ଷ(ଈର୍ଷା), ଭୟ ଓ ଉଦ୍ ବେଗଶୂନ୍ୟ, ସେ ମୋର ପ୍ରିୟ।
ରାଜନୈତିକ କ୍ଷେତ୍ରରେ ନିରନ୍ତର ଲୋକସମ୍ପର୍କ ଓ ଲୋକସଂଗ୍ରହ ପାଇଁ ଏପରି ସ୍ଵଭାଵ ଆବଶ୍ୟକ। ରାଜନୈତିକ ବ୍ୟକ୍ତି ଯଦି ଗୀତା ପଢୁଥାନ୍ତି ତେବେ ଅଧିକ ପରିଣାମକାରୀ ଢଙ୍ଗରେ ସମସ୍ତ ପଥ୍ୟର ପାଳନ କରି ସଫଳତା ପାଇ ପାରିବେ।
୧୦. ୧୧. ୧୭

No comments:
Post a Comment