Tuesday, 14 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ଏକାଦଶୀ ତିଥି*
   *ତୁଳା ୨୯ଦିନ  ଉ.ଫାଲ୍ଗୁନୀ ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ କନ୍ଯା ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ମଙ୍ଗଳବାର*
         *ଇଂରାଜୀ  ତା. ୧୪ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []🍁
*ଯେ ମହା ସୃଜନ-ସ୍ରୋତେ ଘଟେ ପ୍ରତିକ୍ଷଣ*
*ଜନ୍ମ ମୃତ୍ୟୁ ଶତଶତ ସୌରମଣ୍ଡଳର*
*କିବା ତାହିଁ ଇତିହାସ କ୍ଷୁଦ୍ର ସେ ଶିଶୁର,*
*ଧରାରେ ଯେ ଥିଲା ମୋଟେ ଦୁଇ ସମ୍ବତ୍ସର?*
*ତଥାପି ସେହି ସେ କ୍ଷୁଦ୍ର ଜୀବନ-ବିନ୍ଦୁରେ*
*ଦେଖିଲି  ମୁଁ  ସ୍ଫୁଟତର ବିଜ୍ଞାନ-ବଚନୁଁ*
*ସ୍ରୁଷ୍ଟି-ସ୍ଥିତି-ପ୍ରଳୟର ବିରାଟ ନାଟକ ;*
*ଶିଖିଲି ଯା ଶିକ୍ଷଣୀୟ ଜୀବନୁଁ ମରଣୁଁ!*
*ବିଳପିଲି ସିନା ବସି ମୋହ-ମୁଢ଼ତାରେ*
*ବୁଝୁଛି ମୁଁ ଏବେ, ମୋର କ୍ଷୁଦ୍ର ହରା - ଧନ*
*କରିଅଛି ଈଶ୍ବର ଓ ମତେ ମୁଖାମୁଖୀ,*
*ନାହିଁ ପାରିଥିଲା ଯାହା ବହୁ ଅଧ୍ୟୟନ !*
     ➖ _*ଶିଶୁର ଦାନ, ମାୟାଧର ମାନସିଂହ*_
    🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
      [] _*ଶିଶୁ ଦିବସର ଶୁଭେଚ୍ଛା*_[]
  🐌🌿🍁🐌🐇💐🐌🐚🐌

No comments: