Tuesday, 14 November 2017

*ସ୍ୱର୍ଗ ଓ ନର୍କ*

ହଜାର ହଜାର ବର୍ଷ ପୂର୍ବରୁ ପ୍ରତ୍ୟେକ ଧର୍ମରେ ମନୁଷ୍ୟର ମୃତ୍ୟୁ ପର ଅସ୍ତିତ୍ୱ ଏବଂ ତାର ପାରଲୌକିକ ଜୀବନ ବିଷୟରେ ବିବିଧ ମତ ରହିଆସିଛି ଏଵଂ ଏବେ ବି ରହିଛି। ସେହି ମତ ଅନୁସାରେ ଜୀବିତାବସ୍ଥାରେ ଯାହାର ଯେମିତି ବ୍ୟବହାର ହୋଇଥାଏ ତାକୁ ସେହି ଅନୁରୂପ ପରଲୋକ ପ୍ରାପ୍ତ ହୁଏ। ଭଲ ବ୍ୟବହାର କରୁଥିବା ବ୍ୟକ୍ତିକୁ ପୁଣ୍ୟବାନ କୁହାଯାଏ ଏବଂ ତାକୁ ସ୍ୱର୍ଗଲୋକ (ଜନ୍ନତ) ପ୍ରାପ୍ତ ହୁଏ ସେହିପରି ଖରାପ ବ୍ୟବହାର କରୁଥିବା ଲୋକ ନର୍କଗାମୀ (ଦୋଜଖ/ଜହନ୍ନଉଁମ୍) ହୁଅନ୍ତି। ଏହି କଥାକୁ ପ୍ରାୟତଃ ସମସ୍ତେ  ମାନନ୍ତି। ଚାର୍ବାକବାଦୀ ନାସ୍ତିକମାନଙ୍କ ଦ୍ୱାରା " ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନମ୍ କୁତଃ" ଅର୍ଥାତ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଶରୀରର ପୁନରାଗମନ କେମିତି ସମ୍ଭବ ହେବ ?  ଏପରି ପ୍ରଶ୍ନ ପଚାରିବା ଛାଡ଼ି ସେମେଟିକ - ଜୀଉ, ଈଶାଇ ଏବଂ ମୁସଲିମ୍ ସମାଜରେ ସମସ୍ତ ମାନବ କୟାମତ୍( ଯମ ଦରବାର/ ଅନ୍ତିମ ବିଚାର ) ଦିନ ପୁନଃଜୀବନ ଧାରଣ ବିଷୟ ମୂଳତଃ ମାନନ୍ତି।
ଏହି ବିଷୟ ହିନ୍ଦୁମାନଙ୍କ ଗ୍ରନ୍ଥ 'ଗରୁଡ଼ ପୁରାଣ',  ଈଶାଇମାନଙ୍କର ନ୍ୟୁ ଟେଷ୍ଟାମେଣ୍ଟର ଅନ୍ତିମ ଅଧ୍ୟାୟ 'ପ୍ରକଟିକରଣ' ରେ ବର୍ଣ୍ଣିତ ତଥା ମୁସଲିମ ଧର୍ମଗ୍ରନ୍ଥ କୁରାନ ଓ ହଦୀସ୍ ର ଅନେକ ସ୍ଥାନରେ ସ୍ୱର୍ଗ-ନର୍କ ( ଜନ୍ନତ-ଦୋଜଖ ) ଏବଂ ସେଥିରେ ଆତ୍ମାର ଅସ୍ଥିତ୍ୱ ସମ୍ବନ୍ଧୀୟ ଅନେକ ଆୟାତ(ଅନୁଛେଦ)  ଏବଂ ପ୍ରସଙ୍ଗ ଦିଆଯାଇଛି।

୧୫. ୧୧. ୧୭

No comments: