ସ୍ଵର୍ଗରେ ବୁଲୁଥିବା ବାଳକମାନେ ସବୁବେଳେ ସେଇ ବାଳକ ହିଁ ରହିବେ ଅର୍ଥାତ ସେମାନଙ୍କର ବୟସ ବୃଦ୍ଧି ହେବ ନାହିଁ। ଇଶାଇ ଧର୍ମମତର ଚିତ୍ରରେ ମଧ୍ୟ ପକ୍ଷ ଲାଗିଥିବା ବାଳକ ଦେବଦୂତ ସ୍ଵର୍ଗରେ ବିଚରଣ କରୁଥିବା ଦେଖିବାକୁ ମିଳେ। ସ୍ଵର୍ଗରେ ଖାଇବାପାଇଁ ପକ୍ଷୀମାନଙ୍କ ମାଂସ କଥା କୁହାଯାଇଛି। ଅନେକ ପ୍ରକାର ପକ୍ଷୀ ମଧ୍ୟ ସେଠାରେ ଉପଲବ୍ଧ। ଅନ୍ୟ ପ୍ରାଣୀ କଥା କିଛି କୁହାଯାଇ ନାହିଁ।
ଆୟାତ ୫୬.୧୮ରେ ମଦ୍ୟପାନ କଥା କୁହାଯାଇଛି।
ଏଥିରେ ନସ୍ତ୍ରେ ବିସ୍ତୃତ ଟିପ୍ପଣୀ ଲେଖି କହିଛନ୍ତି - ଯଦିଓ ପୃଥିବୀରେ ମଦ୍ୟପାନ ମନା(୪.୪୩, ୫-୯୦)
ପରନ୍ତୁ ପରଲୋକରେ ଯେଉଁ ମଦ ପାନ କରିବାପାଇଁ ମିଳିବ ତାର କୌଣସି ଦୁସ୍ପରିଣାମ୍ ହେବ ନାହିଁ। ସେଥିରେ କସ୍ତୁରୀର ସ୍ୱାଦ ଥିବ। (ସୁରା ଅଲ ମୁତଫିଫିନ ୮୩.୨୫.୨୬)
ସାମନା ଓ ଡାହାଣ ପଟ ପାଇଁ ଦୁଇ ଭାଗ କରିବା ପରେ ତାଙ୍କ ନିବାସ ଏବଂ ବିହାର ପାଇଁ ଦୁଇ ପ୍ରକାର ଉଦ୍ୟାନ (୫୫.୪୬), ଦୁଇ ପ୍ରକାର ଝରଣା (୫୫.୫୦) ଏବଂ ଦୁଇପ୍ରକାର ଫଳ (୫୫.୫୨) ଥିବ। ସେଠାରେ ସ୍ଵଛ ପାଣି ଓ ଦୁଗ୍ଧର ନଦୀ ମିଳିବ। ଯାହାକୁ ମଦ୍ୟପାନ କରିବାର ଥିବ ତାଙ୍କ ପାଇଁ ସ୍ୱାଦିଷ୍ଟ ମଦର ନଦୀ ବହୁ ଥିବ।(ପ. କୁ. ୪୭.୧୫)
"ହଦୀସରେ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ ସେଠାରେ ଯେଉଁ ଦୁଗ୍ଧ ମିଳିବ ତାହା ପ୍ରାଣୀଙ୍କ ସ୍ତନରୁ ନୁହେଁ, ମଦ ଫଳକୁ ପଚେଇ ନୁହେଁ, ସେ ମହୁ ମହୁମାଛିରୁ ନୁହେଁ ପରନ୍ତୁ ଏ ସବୁ ନୈସର୍ଗିକ ଝରଣାରୁ ମିଳିବ।" (ପୃ. ୬୯୯)
ନସ୍ତ୍ର ଏଇ ଆୟାତର ବିସ୍ତୃତ ଟିପ୍ପଣୀ ଦେଇ କହିଛନ୍ତି(ପୃ. ୧୨୩୯-୪୦) -
ପୈଗମ୍ବର ମହମ୍ମଦ ସାହେବ ସ୍ଵର୍ଗାରୋହଣ ସମୟରେ ଉପରୋକ୍ତ ଚାରି ନଦୀ ସହ ସମ୍ବନ୍ଧ ରଖିଛନ୍ତି। ଆୟାତ ୫୫-୫୦ ରେ ଦୁଇଟି ଝରଣାର ଉଲ୍ଲେଖ ରହିଛି।
ଏହି ଦୁଇଟି ଝରଣା ମଦ ଓ ଦୁଗ୍ଧ ହୋଇପାରେ ବୋଲି ନସ୍ତ୍ର ଲେଖିଛନ୍ତି।
ସ୍ୱର୍ଗର ପାନୀୟ ମାନଙ୍କ ନାଁ କୁରାନରେ ଦିଆଯାଇଛି। ସେଥିରୁ ତସ୍ମିନ କଥା ୮୩-୨୭ ରେ ଉଲ୍ଲେଖ ଥିବାବେଳେ ସଲସବିଲ ଉଲ୍ଲେଖ ଆୟାତ କ୍ର. ୭୩-୧୮ରେ ଦିଆଯାଇଛି।
ଏହି ପାନୀୟରେ ଶୁଣ୍ଠି ଓ ଅଦା ମିଶା ଯାଇଥିବ।( ଆୟାତ ୭୩.୧୭) ଆରବବାସୀଙ୍କୁ ଶୁଣ୍ଠି ମିଶ୍ରିତ ପାଣି ପିଇବାକୁ ଭଲ ଲାଗେ। ତେଣୁ ଯେଉଁଥିରେ ଶୁଣ୍ଠି ମିଶିଥିବ ସେପରି ପାଣି ସେଠାରେ ମିଳୁଥିବ । ଦିବ୍ୟ କୁରାନ ଟିପ୍ପଣୀ କ୍ର. ୮, ପୃ. ୮୩୬
ସ୍ୱର୍ଗର ପାନୀୟ ସହିତ ମରୁଭୂମିର ଗରମରେ ଜଲଦି ଖରାପ ନ ହେଉଥିବା ବହୁ ଦିନ ରହି ପାରୁଥିବା ଦୁଇଟି ଫଳ ଖଜୁରୀ ଓ ଡାଲିମ୍ବର ଉଲ୍ଲେଖ ଆୟାତ କ୍ର. ୫୫.୬୮ରେ ଅଛି। ଏହାଛଡ଼ା ଆଲିବ ଓ ଅଞ୍ଜିରର ଉଲ୍ଲେଖ ନସ୍ତ୍ର କରିଛନ୍ତି।
୨୨.୧୧.୧୭

No comments:
Post a Comment