କାର୍ଯ୍ୟ-ଜୀବନ-ସନ୍ତୁଳନ ଏହି ଶବ୍ଦ ଆଜିକାଲି ଔଦ୍ୟୋଗିକ ଜଗତରେ ଖୁବ ପ୍ରଚଳିତ। ଉଦ୍ୟୋଗର ଉଦ୍ଦେଶ୍ୟ ଲାଭ ସୃଷ୍ଟି କରିବା। ଅଧିକ ଉତ୍ପାଦନ ହେଲେ ଅଧିକ ଲାଭ ହୋଇଥାଏ। ଅଧିକ ସମୟ ଲଗାଇବା ଦ୍ୱାରା ଓ ଉତ୍ପାଦକ ଯନ୍ତ୍ରର ଚକ ଅଧିକ ଘୁରିବା ଦ୍ୱାରା ଉତ୍ପାଦନ ବଢ଼ିଥାଏ। ଅର୍ଥ ରୋଜଗାର କରିବା ପାଇଁ ବ୍ୟକ୍ତି ନିତ୍ୟ କାର୍ଯ୍ୟକୁ ଛାଡ଼ି ଅଧିକ ସମୟ(ଓଭର ଟାଇମ) କାମ କରିଥାଏ। ଜୀବନର ସମସ୍ତ ଶକ୍ତି ସେ ଅର୍ଥ ରୋଜଗାର ପାଇଁ ଲଗାଇ ଦିଏ। ଭଲରେ ଟିକେ ବଞ୍ଚିବା ପାଇଁ ଆଉ କିଛି ତା ପାଖରେ ନଥାଏ।
ଗୀତା କୌଣସି ପ୍ରକାର 'ଅତି' ରୁ ବଞ୍ଚିବାର କଳା ଶିଖାଇ ଥାଏ। ଗୀତାର ଉପଦେଶ ହେଲା -
'ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ'
ଅର୍ଥାତ ଜୀବନରେ ଅର୍ଥ ରୋଜଗାର କରିବା ଓ ଜୀବନରେ ଟିକେ ଶାନ୍ତିରେ ବଞ୍ଚିବା ଏହା ଭିତରେ ସନ୍ତୁଳନ ରହୁ। ମୈତ୍ରୀ, ସମ୍ପର୍କ, ସମାଜସେବା, କଳା, ସାହିତ୍ୟ, ପର୍ଯ୍ୟଟନ, ଆଧ୍ୟାତ୍ମିକତା, ଆତ୍ମବିକାଶ, ସଙ୍ଗୀତ ସାଧନା ଆଦି ସମସ୍ତ ବିଷୟର ଅନ୍ତର୍ଭାଵ ଜୀବନରେ ଆସୁ, ତେବେ ତ ଜୀବନ ପରିପୂର୍ଣ୍ଣ ହେବ।
ଜୀବନରେ ପରିପୂର୍ଣ୍ଣତା ଅଭାବରୁ ବ୍ୟକ୍ତି ଯେତେ ପଇସା ରୋଜଗାର କଲେ ମଧ୍ୟ ଅତୃପ୍ତ ରହୁଛି। ଜୀବନର ସହଜ ଆନନ୍ଦ ଲୁପ୍ତ ହେବା କାରଣରୁ ସେ ବିଳାସ, ବ୍ୟସନ ଓ ବ୍ୟଭିଚାର ଭିତରୁ ଆନନ୍ଦ ଖୋଜୁଛି। ଜୀବନର ସର୍ବସ୍ୱ ଖଟାଇ ରୋଜଗାର କରିଥିବା ଅର୍ଥ ବେମାର କିମ୍ବା ବିଳାଶରେ ଖର୍ଚ୍ଚ ହୋଇଯାଉଛି।
ଏଥିପାଇଁ ଉଦ୍ୟୋଗ କରୁଥିବା ବ୍ୟକ୍ତି ମଧ୍ୟ ଗୀତା
ପାଠ କରି ନିଜ ଜୀବନକୁ ସରସ ସୁନ୍ଦର ଓ ମଧୁମୟ କରିପାରିବ।
୯. ୧୧. ୧୭

No comments:
Post a Comment