ଆଜି ପର୍ଯ୍ୟନ୍ତ ଯୋଗ ସାଧନା କେବଳ ଭାରତୀୟ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିଲା। କିନ୍ତୁ ଏବେ ସମଗ୍ର ବିଶ୍ୱ ୨୧ ଜୁନକୁ 'ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ' ରୂପେ ପାଳନ କରୁଛି।
ସେହିପରି ଗୀତା ମନୁଷ୍ୟ ମାତ୍ରକୁ ଆତଙ୍କବାଦ, ଭୋଗବାଦ, ପର୍ଯ୍ୟାବରଣ ହ୍ରାସ, ଶତ୍ରୁତା, ଈର୍ଷା ଆଦିରୁ ରକ୍ଷା କରିପାରିବ। ସମ୍ପ୍ରଦାୟ ନିରପେକ୍ଷ ଶାଶ୍ୱତ ସିଦ୍ଧାନ୍ତ ଗୁଡ଼ିକୁ ମାନବ ଧର୍ମ ହିସାବରେ ଶିକ୍ଷା ଦିଆଯାଇପାରିବ। ଆଗାମୀ ଦିନରେ ବିଶ୍ୱ ଭଗବତ ଗୀତାକୁ ମାନବତାର ବିବେକ ଗ୍ରନ୍ଥ ରୂପେ ସ୍ୱୀକାର କରିବା କିଛି ଆଶ୍ଚର୍ଯ୍ୟକର କଥା ନୁହଁ।
ଏହା ପୂର୍ବରୁ ଭଗବତ ଗୀତା ଭାରତୀୟମାନଙ୍କର ପ୍ରମୁଖ ବିଷୟ ହେଉ। ଏହାର ଅଧ୍ୟୟନ ଓ ଆଚରଣ
ହେଉ। ତେବେ ଆମେ ଗୀତାକୁ ପ୍ରସାଦ ରୂପେ ବିଶ୍ୱକୁ ଦେଇପାରିବା।
୧୪.୧୧.୧୭

No comments:
Post a Comment