Saturday, 11 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ଅଷ୍ଟମୀ ତିଥି*
   *ତୁଳା ୨୬ଦିନ  ଅଶ୍ଳେଷା ନକ୍ଷତ୍ର*
        *ସୂର୍ଯ୍ୟଦକ୍ଷିଣାୟନ କର୍କଟ ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଶନିବାର*
         *ଇଂରାଜୀ  ତା. ୧୧ ରିଖ*
        *ନଭେମ୍ବର ୨୦୧୭ ମସିହା*
    [] [] *ସାହିତ୍ୟ ପ୍ରସାଦ* [] []

ଏଣ୍ଡୁରୀ ପିଠାର ଦିନ ଏ ପ୍ରଥମାଷ୍ଟମୀ
ଜ୍ୟେଷ୍ଠ ସନ୍ତାନର ପାଦ ମାଟିରେ ଲାଗୁନି
ଓଡ଼ିିଶାର ପର୍ବ ଖାସ୍ ବଡ଼ପୁଅ ପାଇଁ
ସାରା ଭାରତରେ କାହିଁ ଏଣ୍ଡୁରି ବି ନାହିଁ
  ବଡ଼ପୁଅ ପିଣ୍ଡଦେବ ବୋଲି ବୋଧେଆଶା
  ପରମ୍ପରାକୁ ବଞ୍ଚାଏ ପର୍ବ ଆଉ ଭାଷା
  ସାନମାନେ ଗେହ୍ଲା ଲାଭ ସବୁଠି ଲୁଟନ୍ତି
ମଝିଆଁମାନେ ଅଳପ ଦୁଃଖିତ ହୁଅନ୍ତି
ଆନମନା ହେବାପାଇଁ ଅବସର କାହିଁ
ସବୁଠୁ ଦାୟିତ୍ଵନିଷ୍ଠ ଯେ ମଝିଆଁଭାଇ
ସାନଟା ଫୁଲାଫାଙ୍କିଆ ବୁଲେ ଗାଡ଼ିଧରି
ବଡ଼ଭାଇ ବଡ଼ବ୍ୟସ୍ତ ଦସ୍ତଖତ କରି
ମଝିଆଁ ହାତରେ ଯେତେ ଭିଡ଼କାମ ହୁଏ
ମଧ୍ୟମ ପାଣ୍ଡବ କଥା କିଏ ସେ ନ କୁହେ?
          
          🙏🙏🙏🙏🙏🙏🙏🙏
             *ପ୍ରଥମାଷ୍ଟମୀ ଶୁଭେଚ୍ଛା*          
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
   *ଡଃ.ଆବୁଲ କାଲାମ୍ ଆଜାଦ୍ ଜୟନ୍ତୀ*
  🐌🌿🍁🐌🐇💐🐌🐚🐌

No comments: