Saturday, 18 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ଅମାବାସ୍ୟା ତିଥି*
   *ବିଛା ୦୩ଦିନ  ବିଶାଖା ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ତୁଳାଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଶନିବାର*
         *ଇଂରାଜୀ  ତା. ୧୮ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
ପହିଲି ଦେଖାରେ ଜାଣିଲି ପ୍ରାଣ ପ୍ରଭୁ ଈଶ୍ବର
ହୃଦୟ ଦେବତା ଘେନିବା ହେଉ ଅର୍ଘ୍ୟ ମୋହର!

ସବୁ ମୋ ଭାବନା ଆବେଗ ଅନୁଭୂତି ଅନ୍ତରେ ଜୀବନର ଗତି ସକଳ ପ୍ରତି ଅଣୁ ଶରୀରେ ।

ସୁଖ ଦୁଃଖ ଭୋଗ ବେଦନା ଯାହା ଆସୁ ମୋ ପାଶେ, ତୁମ୍ଭ ଦାନ ବୋଲି ଆଦରେ ବରି ନେବା ହରଷେ ।

ପ୍ରତି ରକ୍ତବିନ୍ଦୁ ମୋହରି ପ୍ରଭୁସିନା ତୁମରି
ଏକାନ୍ତେ ମୁହିଁ ସର୍ବମନ୍ତେ ନିଶ୍ଚିନ୍ତେ ମୁଁ ତୁମ୍ଭରି।

ଗୋଟି ଗୋଟି ତୁମ୍ଭ ଦାନ ମୋ ପାଇଁ ଦିବ୍ୟ ସମ୍ପଦ
ବହି ଆଣିବ ମୋ ସମୀପେ ଅପୂରୁବ ଆନନ୍ଦ।

ମୋର ବୋଲି କିଛି ରଖିନି ହେଉ ଇଚ୍ଛା ପୂରଣ
ଯାହା ବାଛିଦେବ ମୋ ପାଇଁ ଜୀବନ ବା ମରଣ।
                 ➖ _*ରାଧାର ପ୍ରାର୍ଥନା*_
      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
          ➖ *ମହୋଦଧି ଅମାବାସ୍ୟା*➖
  🐌🌿🍁🐌🐇💐🐌🐚🐌

No comments: