Thursday, 23 November 2017

*ପୃଥିବୀରେ ଥିବା ମହିଳାମାନଙ୍କର ସ୍ୱର୍ଗ ପ୍ରବେଶ ଅତ୍ୟନ୍ତ କଠିନ*

  ସ୍ଵର୍ଗରେ ଅପ୍ସରାମାନଙ୍କ ବିଷୟରେ ପ. କୁରାନରେ ଭରପୂର ଵର୍ଣ୍ଣନ ମିଳେ। କିନ୍ତୁ ମହିଳାମାନଙ୍କ ସ୍ୱର୍ଗ ପ୍ରବେଶ ଅତ୍ୟନ୍ତ କଠିନ ବୋଲି ଏଥିରେ କୁହାଯାଇଛି।
ଏହି ବିଷୟରେ ତିନିଟି ମହତ୍ତ୍ୱପୂର୍ଣ୍ଣ ହଦୀଶ ଧ୍ୟାନ ରଖିବା ଯୋଗ୍ୟ। ଅଲ ବୁଖାରୀ ଦ୍ୱାରା ସଂଗୃହୀତ ହଦୀଶରୁ ଏହି ତିନୋଟି ନିଆଯାଇଛି।
ପ୍ରଥମ ହଦୀଶରେ ମହମ୍ମଦ ପୈଗମ୍ବରଙ୍କ ସ୍ମୃତିକୁ ହ. ଅଵବୁ ସୟଦ ଅଲ ଖୁଦ୍ରୀ  ନିବେଦିତ କରିଛନ୍ତି।
ଥରେ ମହମ୍ମଦ ପୈଗମ୍ବର ଇଦ ଉଲ ଫିତ୍ରର ପ୍ରାର୍ଥନା ପାଇଁ ଗଲେ। କିଛି ମହିଳାଙ୍କ ପାଖରେ ଯାଇ ତାଙ୍କୁ କହିଲେ, ହେ ମହିଳାମାନେ! ତୁମେ କିଛି ଦାନ ଧର୍ମ କର। କାରଣ ନର୍କରେ ତୁମ୍ଭମାନଙ୍କ ସଂଖ୍ୟା ବହୁତ ମୁଁ ଦେଖିଲି।
ମହିଳାମାନେ ପଚାରିଲେ, ହେ ଆଲ୍ଲାହଙ୍କ ଦୂତ ! ଏପରି କଣ ପାଇଁ ?
ଏହାଶୁଣି ପୈ. ମହମ୍ମଦ କହିଲେ, ତୁମେମାନେ ତୁମ ସ୍ୱାମୀଙ୍କୁ ସବୁବେଳେ ୟାଡୁ ସ୍ୟାଡୁ କହି ଗାଳି ଗୁଳଜ କରିଛ, ତାଙ୍କ ସହ କୃତଘ୍ନତା କରିଛ। କାରଣ ତୁମମାନଙ୍କ ଛଡ଼ା ଆଉ କେହି ଅଧର୍ମୀ ମୋତେ ମିଳିଲେ ନାହିଁ। ତୁମେମାନେ ଭ୍ରଷ୍ଟ ମାର୍ଗରେ ଚାଲିଛ।
ମହିଳାମାନେ କହିଲେ, ହେ ଆଲ୍ଲାହଙ୍କ ଦୂତ ! ଆମର ଧର୍ମପାଳନ ଓ ବୁଦ୍ଧିମତାରେ ଆପଣ କି ତ୍ରୁଟି ଦେଖିଲେ ?
ପୈଗମ୍ବର କହିଲେ, ସାକ୍ଷୀ ଦେବା ସମୟରେ ଦୁଇଜଣ ମହିଳାଙ୍କ ସାକ୍ଷୀ ଜଣେ ପୁରୁଷଙ୍କ ସହ ସମାନ ନୁହେଁ। ଏହା ହେଲା ତୁମର ବୁଦ୍ଧିମତାର ଅଭାବ।
ମହିଳାଙ୍କ ମାସିକ ଧର୍ମ ସମୟରେ ନମାଜ ପଢ଼ିବା ମନା ଏଵଂ ସେତେବେଳେ  ଉପବାସ ମଧ୍ୟ ପାଳନ କରିବା ମନା। ଏହା ହେଲା ଧର୍ମ ପାଳନରେ ତ୍ରୁଟି। (ଅଲ ବୁଖାରୀ ୧.୩୦୧ ପୃଷ୍ଠା କ୍ରମାଙ୍କ ୧୪୪)

ଏପରି କେଉଁ ମହିଳା ଥିବ ଯିଏ ନିଜ ସ୍ୱାମୀଙ୍କ ସହ ଅଳ୍ପ ବହୁତ ଝଗଡ଼ା କରି ନ ଥିବ। ପ. କୁରାନ ୨.୨୫ର ଶେଷରେ ଦିଆଯାଇଥିବା ନିର୍ଦେଶ ବିଷୟରେ ନସ୍ତ୍ରଙ୍କ ଟିପ୍ପଣୀ ଦ୍ୱାରା ସର୍ବଦା ଆଜ୍ଞାଧାରକ ସହଚାରୀ ଏବଂ ସ୍ତ୍ରୀମାନଙ୍କ ମାନସିକ ଏବଂ ଶାରୀରିକ ପଵିତ୍ରତାର ସମ୍ବନ୍ଧକୁ ବୁଝାଯାଇପାରିବ।

ଦ୍ଵିତୀୟ ହଦୀଶରେ ହ. ଇମ୍ରାନ ବୀନ ହୁସେନ ନିବେଦନ କରିଛନ୍ତି ଯେ ପୈ. ମହମ୍ମଦ ଯେତେବେଳେ
ସ୍ୱର୍ଗ ଆଡ଼କୁ ଚାହିଁଲେ ସେତେବେଳେ ସେଠାରେ ରହୁଥିବା ଅଧିକାଂଶ ଲୋକ ପୃଥିବୀର ଗରୀବ ଲୋକ ଥିଲେ।
ସେ ଯେତେବେଳେ ନର୍କ ଆଡ଼କୁ ଚାହିଁଲେ ସେତେବେଳେ ସେଠାରେ ଅଧିକାଂଶ ମହିଳାଙ୍କୁ ଦେଖିଲେ। (ଅଲ ବୁଖାରୀ ୪.୪୬୪ ପୃ. କ୍ର. ୬୪୮)
ଏହିପରି ଅଧିକାଂଶ ସ୍ତ୍ରୀ ନର୍କରେ ଅଛନ୍ତି ବୋଲି ଅଲ ବୁଖାରୀ ୭.୧୨୪ ପୃ. ୯୦୧ରେ ମଧ୍ୟ ଅଛି।

ପରିପୂର୍ଣ୍ଣତା ପ୍ରାପ୍ତ କରି ସ୍ଵର୍ଗରେ ପହଞ୍ଚିଥିବା ମହିଳାଙ୍କ ସଂଖ୍ୟା ମାତ୍ର ଦୁଇ।
ହ. ଅଵବୁ ମୁସା କହିଛନ୍ତି -
ଜଣେ ହେଲେ ଆଶୀୟା(ଫରୋହଙ୍କ ପତ୍ନୀ)
ଆଉ ଜଣେ ହେଲେ ମରିୟମ(ଆଲ୍ଲାହଙ୍କ ଧର୍ମ ପ୍ରଚାରକ ଇମ୍ରାନଙ୍କ କନ୍ୟା)
ଅଲ ବୁଖାରୀ ୪.୬୨୩ ପୃ-୬୭୫

୨୩.୧୧.୧୭

No comments: