Thursday, 16 November 2017

*ପୁନର୍ଜନ୍ମର ସମୟ ଓ ତାର ବର୍ଣ୍ଣନା-୧*

ପୁନର୍ଜନ୍ମର ସମୟ କେତେ ବର୍ଷ ବା କେତେ ଯୁଗ ପରେ ଆସିବ ଏହି ବିଷୟରେ କୁରାନରେ କୌଣସି ନିର୍ଣ୍ଣାୟକ ସିଦ୍ଧାନ୍ତ ନ ଥିଲେ ମଧ୍ୟ ପୁନର୍ଜନ୍ମ ନିଶ୍ଚିତ ଏପରି ଭାବ ବ୍ୟକ୍ତ କରୁଥିବା ଅନେକ ଆୟାତ ରହିଛି। ମକ୍କା କାଳୀନ ସୁରା କ୍ର. ୧୪, ସୁରା ଇବ୍ରାହିମ୍ ରେ ଏ ବିଷୟରେ ସ୍ପଷ୍ଟ ଆଦେଶ ଅଛି।  ଇସଲାମ୍ ସ୍ୱୀକାର ନ କରୁଥିବା ଲୋକମାନଙ୍କ ପାଇଁ ଏହା  ଚେତାବନୀ ସଦୃଶ । ''ଏବେ ଅତ୍ୟାଚାରୀ ଲୋକମାନେ ଯାହା କିଛି କରୁଛନ୍ତି ତାହାକୁ ଆଲ୍ଲାହ ଜାଣୁ ନାହାଁନ୍ତ, ଏପରି ଭାବିବା ଭୁଲ। ଆଲ୍ଲାହ ତାଙ୍କୁ ସେତେଦିନ ଯାଏ ଏଡ଼ାଇ ଦେଉଛନ୍ତି, ଯେତେଦିନ ପର୍ଯ୍ୟନ୍ତ ତାର ଅବସ୍ଥା ଅତି ଦୟନୀୟ ନ ହୋଇ ଯାଇଛି । ଏପରି ସ୍ଥିତିରେ  ସେ ଉପରବାଲାକୁ ଦେଖି ପଳାୟନ କରିବେ ଏବଂ ତାଙ୍କର ହୃଦୟରେ ସ୍ପନ୍ଦନ ବଢ଼ିଯିବ। ହେ ପୈଗମ୍ବର !  ସେତେଦିନ ପର୍ଯ୍ୟନ୍ତ ଆପଣ ତାଙ୍କୁ ଭୟ ଦେଖାନ୍ତୁ ଯେତେଦିନ ପର୍ଯ୍ୟନ୍ତ ତାଙ୍କ ମନରେ ଏହି ପ୍ରକୋପ ରହିଥିବ।  ସେତେବେଳେ ସେ ଅତ୍ୟାଚାରୀ କହିବେ ଯେ ହେ ଆମର ସୃଷ୍ଟିକର୍ତ୍ତା  ଆମକୁ ଆଉ କିଛି ସମୟ ଦିଅ ଆମେ ଆପଣଙ୍କ ଡାକରାର ସକାରାତ୍ମକ ଉତ୍ତର ଦେବୁ ଓ ପୈଗମ୍ବରଙ୍କ ଅନୁସରଣ କରିବୁ।"

.ପରନ୍ତୁ ତାଙ୍କୁ ସ୍ପଷ୍ଟ ଉତ୍ତର ଦିଆଯିବ ଯେ "ତୁମେ ତ ସେହି ଲୋକ ପ୍ରଥମେ ଯିଏ ଶପଥ ନେଇ କହିଥିଲ ଆମର କେବେ ପତ୍ତନ ହେବ ନାହିଁ।"(ଦିବ୍ୟ କୁରାନ, ସୁରା ଇବ୍ରାହିମ୍ ୧୪. ୪୨-୪୪)

ଇସଲାମ ଧର୍ମଶାସ୍ତ୍ରରେ ରାକ୍ଷସକୁ 'ଇବଲିସ' କୁହାଯାଏ। ଇବଲିସ ଦ୍ୱାରା ଆଲ୍ଲାହଙ୍କ ଅବଜ୍ଞା କରିବା ପ୍ରସଙ୍ଗରେ ବର୍ଣ୍ଣନ ସୁରା ଅଲ ହିଜ୍ର ୧୫. ୨୬-୪୩ ରେ ଅଛି। ତାଙ୍କର ଆୟାତ ୩୬ରେ ମୃତ ଶରୀର ଜୀବିତ କରାଯିବାର ଦିନ ଉଲ୍ଲେଖ ଅଛି। ସେହି ଦିନର ଵର୍ଣ୍ଣନ କରୁଥିବା ପୂର୍ଣ୍ଣ ସୁରା, ଅଲ ମୁର୍ସଲାତ କ୍ର. ୭୭ ଅଟେ।
ପୁନର୍ଜନ୍ମ ଦିନ ପୂରା ବିଶ୍ୱରେ ଉତ୍ପାତ ହେବ। ଏପରି ଵର୍ଣ୍ଣନ ଅଛି। ସମ୍ପୂର୍ଣ ପୃଥିବୀ ଆଲ୍ଲାହଙ୍କ ଅଧୀନକୁ ଆସିଯିବ। ସେ ଦିନ ଭୟାନକ ପରିଣାମକାରୀ ବିଗୁଲ ବାଜିବ। ଯିଏ ପୃଥିବୀ ବା ଆକାଶରେ ଥିବେ ସେମାନେ ସବୁ ବେହୋଶ ହୋଇଯିବେ। ପୁଣି ଯେବେ ଦ୍ଵିତୀୟ ଥର ବିଗୁଲ ବାଜିବ ସେତେବେଳେ ଏମାନେ ସବୁ ଅକସ୍ମାତ ଉଠି ଛିଡ଼ା ହେବେ ଓ ଦେଖିବେ ପୃଥିବୀ ନିଜ ସୃଷ୍ଟିକର୍ତ୍ତାର ତେଜରେ ଆଲୋକିତ ହେବ। ସେମାନଙ୍କ କୃତ କର୍ମର ତାଲିକା ଆଣି  ରଖାଯିବ। (ସୁରା ଅଜ ଜୁମର ୩୯. ୬୭-୬୯)
ପ୍ରତ୍ୟେକ ମଣିଷକୁ ତା କର୍ମର ପାଉଣା ମିଳିବ।
ସେ ସମୟରେ ଆକାଶ ଫାଟିବାର ଉଲ୍ଲେଖ ସୁରା ଅଶ ସୁରା ୪୨.୫ ରେ ଉଲ୍ଲେଖ ଅଛି।  ଏପରି ଉଲ୍ଲେଖ ଭୂମିରୁ ମୃତ ବ୍ୟକ୍ତି ବାହାରିବାର ଦିନ ବିଷୟରେ ସୁରା କାଆଆଫ (୫୦.୪୨)ରେ ଆସିଛି। ସେହି କ୍ଷଣର ପରିଣାମକାରକ ବର୍ଣ୍ଣନ ମକ୍କାକାଳୀନ ସୁରା ଅଲ ହାଆକ୍କା ୬୯. ୧୩-୧୮ ରେ ଅଛି।
ପୁଣି ଯେତେବେଳେ ବିଗୁଲ ବାଜିବ  ପୃଥିବୀ ଓ ପର୍ବତଙ୍କୁ ଉଠେଇ ଏକ ପ୍ରହାରରେ ଖଣ୍ଡ ଖଣ୍ଡ କରିଦେବ। ସେହି ଦିନ ତାହା ହିଁ ଘଟିବ। ସେ ଦିନ ଆକାଶ ଫାଟିଯିବ। ତାର ଅବସ୍ଥା ଢିଲା ହୋଇଯିବ। ଦୂତ ମାନେ ଆଲ୍ଲାହଙ୍କ ଚାରିପଟେ ଥିବେ। ଆଠ ଜଣ ଦୂତ ତୁମ ସୃଷ୍ଟିକର୍ତ୍ତାଙ୍କ ରାଜ ସିଂହାସନକୁ ନିଜ କାନ୍ଧରେ ଧରି ଛିଡ଼ା ହୋଇଥିବେ।(ଦିବ୍ୟ କୁରାନ, ୬୯. ୧୩-୧୮)

ମକ୍କା କାଳୀନ ସୁରାଗୁଡ଼ିକର ପ୍ରାରମ୍ଭିକ ସମୟର ସୁରା ଅତ ତକବୀର୍ ରେ ପ୍ରଳୟ ଦିନର, କୟାମତର  ବର୍ଣ୍ଣନ ୮୧. ୧-୧୪ ପର୍ଯ୍ୟନ୍ତ ଅଛି। ଯେତେବେଳେ ସୂର୍ଯ୍ୟ ଅସ୍ତ ହେବେ ନାହିଁ ଏବଂ ତାରା ସବୁ ଭାଙ୍ଗି ତଳକୁ ଖସି ପଡ଼ିବେ , ଯେତେବେଳେ ସବୁ ବନ୍ୟପଶୁଙ୍କୁ ଏକାଠି କରାଯିବ, ଯେତେବେଳେ ସମୁଦ୍ରରେ ଅଗ୍ନି ଲଗାଇ ଦିଆଯିବ, ଯେତେବେଳେ ପ୍ରାଣକୁ ଶରୀରରେ ମିଶାଯିବ, ଯେତେବେଳେ ବଂଚାଯାଇଥିବା ନୂଆ ଶିଶୁକୁ ପଚାରାଯିବ ତାକୁ କେଉଁ ଅପରାଧରେ ମରାଯାଇଥିଲା, ଯେତେବେଳେ କର୍ମର ହିସାବ ହେବ, ଯେତେବେଳେ ଆକାଶର ପରଦା ଦୂର କରାଯିବ, ଯେତେବେଳେ ନର୍କଗାମୀକୁ  ଭଡ଼କା ଯିବ, ଯେତେବେଳେ ସ୍ୱର୍ଗକୁ ପାଖକୁ ଅଣାଯିବ, ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ବୁଝିପାରିବ ଯେ ସେ କଣ ନେଇ ଆସିଛି।"(ଅତ ତକବୀର ୮୧. ୧-୧୪)

ଏହା ଯେଉଁଦିନ ହେବ ସେହିଦିନ ପୃଥିବୀ ଓ ପର୍ବତ କମ୍ପି ଉଠିବେ ଓ ପର୍ବତର ସ୍ଥିତି ଏପରି ହେବ ଯେ ବାଲୁକା ସ୍ତୁପ ଗୁଡ଼ିକ ବିଛେଇ ହୋଇ ପଡ଼ିବ। (ସୁରା ଅଲ ମୁଜ୍ଜମ୍ମିଲ ୭୩.୧୪)

୧୭.୧୧.୧୭

No comments: