Friday, 17 November 2017

*ପୁନର୍ଜନ୍ମର ସମୟ ଓ ତାର ବର୍ଣ୍ଣନା-୨*

"(ସେହି ପ୍ରକୋପ ସେତେବେଳେ ହେବ) ଯେତେବେଳେ ଆକାଶ ତରଳି ଥିବା ଚାନ୍ଦି ଭଳି ପତଳା ହେବ ଓ ପର୍ବତ ସବୁ ତୁଳା ଭଳି ହାଲୁକା ହୋଇ ସଂଗୀତର ମୂର୍ଛନା ଭଳି ଅନେକ ରଙ୍ଗରେ ବିଛୁରିତ ହୋଇଯିବ ।
କୌଣସି ବ୍ୟକ୍ତି ନିଜ ରକ୍ତ ସମ୍ପର୍କଙ୍କୁ ମଧ୍ୟ ପଚାରିବେ ନାହିଁ। ବସ୍ତୁତଃ ସେମାନେ ଜଣେ ଅନ୍ୟ ଜଣଙ୍କ ଭୁଲ ଦେଖାଇବେ। " (ମକ୍କା କାଳୀନ ସୁରା, ଅଲମ ଆରିଜ ୭୦. ୮.୧୧)
ଯେତେବେଳେ ସାରା ପୃଥିବୀକୁ ମରୁଭୂମି କରିଦିଆଯିବ ସେତେବେଳେ  ଦୂତ ଆସି ଧାଡ଼ିରେ  ଛିଡ଼ା ହେବେ ଓ ତୁମ ସୃଷ୍ଟିକର୍ତ୍ତା ପ୍ରକଟ ହେବେ। (ସୁରା ଅଲ ଫଜ୍ର ୮୯।୨୧।୨୨) କୟାମତ ଦିନ ଆଲ୍ଲାହ ନିକିତିରେ ଓଜନ କରି ନ୍ୟାୟ କରିବେ।

ଏପରି ଵର୍ଣ୍ଣନ ଆଲ୍ଲାହଙ୍କ ଶ୍ରୀମୁଖରୁ ହୋଇଅଛି--

"ପୁନର୍ଜନ୍ମ ଦିନ ଆମେ ପୂରାପୂରି ଠିକ ଓଜନ କରୁଥିବା ନିକିତି ରଖିବୁ। ଜଣେ ବି ଲୋକ ଉପରେ ଅତ୍ୟାଚାର ହେବ ନାହିଁ। ଯଦି କେହି ସୋରିଷ ଦାନା ଭଳି କିଛି ବି ଅନ୍ୟାୟ କରିଥିବ ତେବେ
ତାକୁ ଆମେ ସମ୍ମୁଖକୁ ଆଣିବୁ ଓ ଉଚିତ ଦଣ୍ଡବିଧାନ କରିବୁ।"(ମକ୍କା କାତିଲ ସୁରା ଅଲ ଅମ୍ବିୟା ୨୧.୪୭)

ପୁନର୍ଜନ୍ମ ଦିନ ଯିଏ ପୈଗମ୍ବରଙ୍କ ଉପଦେଶକୁ ଅବମାନନା କରିବ ତାକୁ ତା ପାପର ବୋଝ ଭୋଗିବାକୁ ପଡ଼ିବ। ଯାହା ଦେହକୁ ବହୁତ କଷ୍ଟ ଦେବ।(ସୁରା ତାହା ୨୦. ୧୦୧. ୧୦୨)

ପୈଗମ୍ବରଙ୍କ ମୁଖରୁ ଏହି ବର୍ଣ୍ଣନ ଶୁଣି ଲୋକ ଭୟରେ କମ୍ପି ଥିବେ ଏଥିରେ କୌଣସି ଶଙ୍କା ନାହିଁ। ଅନ୍ୟତ୍ର ବି କୁରାନରେ ଦିଆଯାଇଥିବା ବର୍ଣ୍ଣନ କିଛି କିଛି ପାର୍ଥକ୍ୟ ଅଛି। ତାର ସାରାଂଶ ବାହାର କରିବାକୁ ହେଲେ କୟାମତ-ପ୍ରଳୟ ଦିନର ଦୃଶ୍ୟ - ବିଶ୍ୱ ପୃଥିବୀ ଆକାଶ ସହିତ ନଷ୍ଟ ହେବ। ସବୁ କବର ହୋଇଥିବା ମଣିଷ ନୂଆ ଜୀବନ ପାଇବେ। ସେଦିନ ଆଲ୍ଲାହ  ନିକିତିରେ ତୌଲି ତାଙ୍କ ଭଲ ଖରାପ କାମକୁ ନ୍ୟାୟ ଦେବେ। ଏ ସବୁ ଭିତରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ସେଦିନ ପାଗ ବହୁତ ଗରମ ହେବ। ସେଥିରୁ ଯେଉଁ ଉତ୍ତାପ ନିର୍ଗତ ହେବ ତାଦ୍ୱାରା ଚାନ୍ଦି ମଧ୍ୟ ତରଳିଯିବ।

୧୮.୧୧.୧୭

No comments: