Thursday, 9 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ଷଷ୍ଠୀ ତିଥି*
   *ତୁଳା ୨୪ ଦିନ  ପୁନର୍ବସୁ ନକ୍ଷତ୍ର*
        *ସୂର୍ଯ୍ୟଦକ୍ଷିଣାୟନ ମିଥୁନଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଗୁରୁବାର*
         *ଇଂରାଜୀ  ତା. ୦୯ ରିଖ*
        *ନଭେମ୍ବର ୨୦୧୭ ମସିହା*
  
        ~ॐॐॐॐॐॐ~
       
         [] [] *ସାହିତ୍ୟ ପ୍ରସାଦ* [] []
ଆସ ମୋ ଶବରୀ, ଗଣିବି ତମରି
କୁଂଚକବରୀ ଢେଉ...
ଦିଅ ଆଜି ତୋଳି ମିଠା ବରକୋଳି
ଅଇଁଠା ପଛକେ ହେଉ!
ନଅ ତିଅଣ କି ଛଅ ଭଜା ନୁହେଁ,
ଦିଅ ମୁନ୍ଦିଏ ପେଜ,
ନମାନି ମୁଁ ତିଥି ଆସିଚି ଅତିଥି..
ପାରିଦିଅ ଫୁଲଶେଯ!

ପଞ୍ଚବଟୀରେ ପୁହାଇବା ପାଇଁ
ପହରେ ପୁନେଇଁ ରାତି
ବନବାସିନୀ ଗୋ ମାଗୁଛି ତୁମଠୁଁ
ମନଟେ ମୁଁ ହାତପାତି
ଜହରର ସେହି ସହରରେ ଖାଲି
ଶେଷଜହ୍ନର ଶୋଷ
ଧୋଇଦିଅ ଧୀରେ ନିର୍ଝର-ନୀରେ
ଅଛି ଯେତେ ଅବସୋସ

ତମରି ତନୁର ତାଳପତ୍ରରେ
ଲେଖିବି ଚର୍ଯ୍ଯାପଦ
ପାନପତ୍ରରେ ପରଷି ଦିଅ ମୋ,
ପାହାଡ଼ୀ ପ୍ରେମର ମଦ!

          
       [ *_ଗିରିଜାକୁମାର ବଳୀୟାରସିଂହ_* ]
   
   🙏🙏🙏🙏🙏🙏🙏🙏
          
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

No comments: