Wednesday, 15 November 2017

*ପୁନର୍ଜୀବନ ତଥା ସ୍ୱର୍ଗ-ନର୍କର ପୃଷ୍ଠଭୂମି*

ପବିତ୍ର କୁରାନରେ କିଛି ଶାସ୍ତ୍ରୀୟ ତଥା କିଛି ଯୁଗାନୁକୂଳ ଜ୍ଞାନ ମିଳେ। ସେଥିରୁ କିଛି ବିଷୟ ପରମ୍ପରାଗତ । ମକ୍କାର ପ୍ରଥମ ସୁରା (ଅଧ୍ୟାୟ) ଠାରୁ ଆରମ୍ଭ କରି ମଦିନାର 'ପୈଗମ୍ବର' ଙ୍କ ଦିନକାଳ ପର୍ଯ୍ୟନ୍ତ ଅନେକ ଛୋଟ ବଡ଼ ସୁରାର ଉପସ୍ଥାପନ କେବେ ପୂର୍ଣ୍ଣ ତ କେବେ ଆୟାତ(ଅନୁଛେଦ) ଭାବେ ଉପସ୍ଥାପିତ ହୋଇଛି। ଏ ସବୁର ସମାହାର ହେଉଛି ପବିତ୍ର କୁରାନ। ଏଥିରେ କେଉଁ ଅନୁଛେଦ ମକ୍କାର କିମ୍ବା କେଉଁଟି ମଦିନାର ତାହା ପରମ୍ପରା ଅନୁସାରେ ନିଶ୍ଚିତ ହୋଇଛି। କିଛି କିଛି ଆୟାତ ବିଷୟରେ ଦ୍ବିମତ ମଧ୍ୟ ରହିଛି।

ମୋଟ ଉପରେ ସ୍ୱର୍ଗ-ନର୍କ ଓ ପୁନର୍ଜନ୍ମ ସିଦ୍ଧାନ୍ତର ଆରମ୍ଭ ସମ୍ବନ୍ଧରେ ବର୍ଣ୍ଣିତ ସୁରା ଏବଂ ଆୟାତ ଗୁଡ଼ିକ( ଗୀତାରେ ଯେପରି ଅଧ୍ୟାୟ ଓ ଶ୍ଳୋକର ବିଭାଜନ ହୋଇଛି ) ମୁଖ୍ୟତଃ ମକ୍କାରୁ ବାହାରିଛି।

ସେତେବେଳେ ମୂର୍ତ୍ତିପୂଜାକୁ ବିରୋଧ କରି ମୂର୍ତ୍ତି ବିରହିତ ଆଲ୍ଲାହଙ୍କ ଆରାଧନା କରିବାର କାଳ ଥିଲା।
ନୂଆ ଧର୍ମମତ 'ଦୀନ'ର ଗଠନ ସମୟ ଥିଲା। ସେତେବେଳେ ସେ ଧର୍ମମତକୁ ସ୍ୱୀକାର କରିବା ଦ୍ୱାରା ପ୍ରାପ୍ତ ହେଉଥିବା ସୁଖ ମନକୁ ମୋହିନେଲାଭଳି ତଥା ସ୍ୱୀକାର ନ କଲେ ପ୍ରାପ୍ତ ହେଉଥିବା ନର୍କ ହୃଦୟକୁ ହାଣି ଦେଲା ଭଳି ଥିଲା। ଆଫ୍ରିକା, ମିଶର ଓ ମଧ୍ୟପୂର୍ବ ଦେଶରେ ପୁରାତନ କାଳରୁ ପୁନର୍ଜନ୍ମ ଦିବସର ସିଦ୍ଧାନ୍ତ ପ୍ରଚଳିତ ଥିଲା। ସେ ସମୟ ପର୍ଯ୍ୟନ୍ତ ନିଜର ହାଡ଼ ମାଂସକୁ ରଖିବା ହେତୁ ମିଶରର ପୁରାହୋ ରାଜବଂଶରେ ନିଜ ଶରୀରକୁ ଲେପ(ରସାୟନ ଇତ୍ୟାଦି) ଲଗାଇ ଯତ୍ନରେ ରଖିବାର ବ୍ୟବସ୍ଥା ଥିଲା। ଏବେ ମଧ୍ୟ ସେହି 'ମମ୍ମି' ଭଲ ଅବସ୍ଥାରେ ଅଛନ୍ତି। ସାମାନ୍ୟ ଲୋକ ଶବକୁ କବର ଦିଅନ୍ତି। ଯେତେବେଳେ ପୁନର୍ଜନ୍ମର ସମୟ ଆସିବ ସେତେବେଳ ଆଲ୍ଲାହ ସେଥିରେ ପ୍ରାଣ ସଞ୍ଚାର କରି ତାଙ୍କୁ ନ୍ୟାୟ ଦାନ ପାଇଁ ଜୀବିତ କରିବେ ଏପରି ତିନିଟି ଯାକ ଏକେଶ୍ୱରବାଦୀ ସେମିଟିକ ଧର୍ମମତଗୁଡ଼ିକ ମାନିଥାନ୍ତି।
ଦ୍ଵିତୀୟ କାରଣ ହେଲା ବାଲୁକାମୟ ହୋଇଥିବାରୁ
ସେଭଳି ମରୁଭୂମିରେ ଶବ ଦାହ କରିବା ପାଇଁ କାଠ କେଉଁଠୁ ମିଳିବ ଏହା ବି ଏକ ପ୍ରଶ୍ନ ଥିଲା। ସେଥିପାଇଁ ଶବକୁ ଗାତ ଖୋଳି ପୋତି ଦେବା ଓ ତା ସହ ପରଲୋକ ସମ୍ବନ୍ଧୀୟ ଧାରଣା ନିର୍ମାଣ ହେବାରେ ଲାଗିଲା।
ଇହୁଦୀ (ଜୀଉ), ଈଶାଇ ଏବଂ ମୁସଲିମ୍ ଧର୍ମମତରେ ପୁନର୍ଜୀବନର ସମୟ ଲେଖାଯାଇଛି। ସାଂଖ୍ୟ ଦର୍ଶନ ଅନୁସାରେ ଦେଖିଲେ ତ କୁରାନରେ ପୁନର୍ଜନ୍ମ ସମ୍ବନ୍ଧରେ ବହୁତ କିଛି ଲେଖାଯାଇଛି। ମକ୍କା କାଳୀନ ସୁରାରେ ଏହା ବହୁତ ଥର ଦେଖାଯାଏ। ସ୍ୱର୍ଗ ସମ୍ବନ୍ଧିତ ୧୬୪ ଟି ଏବଂ ନର୍କ ସମ୍ବନ୍ଧିତ ୧୩୭ଟି ବିଷୟ ଉଲ୍ଲେଖ ଅଛି। ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ ପୈଗମ୍ବର ସାହେବ ବ୍ୟବସାୟ ନିମିତ୍ତ ଈଶାଇ ଏବଂ ଇହୁଦୀ ଧର୍ମମତର ବହୁଳତା ଥିବା ପ୍ରଦେଶରେ ବୁଲୁଥିଲେ। ତାଙ୍କର ପୂର୍ବ ଆଡ଼କୁ ଅର୍ଥାତ ଇରାନ ଆଡ଼କୁ ପ୍ରବାସ ହୋଇନଥିବ।  ଭାରତ ଓ ଚୀନ ଏଇ ଦୁଇ ଦେଶ ଭିତରୁ ଚୀନ ଅଧିକ ଦୂର ବୋଲି ସେ ଜାଣି ଥିବେ।  ଜ୍ଞାନ ଲାଭ ପାଇଁ ତାଙ୍କୁ ଚୀନ ଯିବାକୁ ହେବ ଏପରି ତାଙ୍କ ମନ କହିଥିବ। ଏଥିପାଇଁ କୁରାନରେ ଇହୁଦୀ ଶବ୍ଦ 'ପୈଗମ୍ବର'ଙ୍କ ଉଲ୍ଲେଖ ବାର ବାର ଆସେ। ପୁନର୍ଜନ୍ମ, ସ୍ୱର୍ଗ ଓ ନର୍କ ଏ ବିଷୟରେ ବାରମ୍ବାର ଦୋହରାଇବାର ଆବଶ୍ୟକତା ନଵୋଦୀକ୍ଷିତ ଅନୁଯାୟୀମାନେ ଧର୍ମମତ ସହ ଭେଦଭାବ ଦୃଷ୍ଟିରୁ ଆବଶ୍ୟକ ଥିଲା। ଯେତେବେଳେ ମଦିନାରେ ଜିତିବା ଆରମ୍ଭ କଲେ ସେତେବେଳେ ଲୁଟିଥିବା ସମ୍ପତ୍ତି, ଗୋଲାମ, ପିଲା, ମହିଳା ଆଦି ବିତରଣ ଆରମ୍ଭ ହୋଇଗଲା। ସେହି ଭେଦଭାବ କାରଣରୁ ସମ୍ପତ୍ତିର ବିତରଣ, ସ୍ତ୍ରୀ-ପୁରୁଷ ବ୍ୟବହାର ଇତ୍ୟାଦି ବାବଦରେ ଆୟତ ସବୁ ନିର୍ମାଣ ହୋଇ ଚାଲିଲା। ସେହି ବ୍ୟବସ୍ଥାଦ୍ୱାରା ସେମାନେ ମକ୍କୀ ବା ମଦନୀ କୁହାଯାଇପାରେ ନାହିଁ।

୧୬.୧୧.୧୭

No comments: