⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି*
*ତୁଳା ୧୮ ଦିନ ରେବତୀନକ୍ଷତ୍ର*
*ସୂର୍ଯ୍ୟଦକ୍ଷିଣାୟନ ମୀନଚନ୍ଦ୍ର*
*ହେମନ୍ତଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଶୁକ୍ରବାର*
*ଇଂରାଜୀ ତା. ୦୩ ରିଖ*
*ନଭେମ୍ବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
[] [] *ସାହିତ୍ୟ ପ୍ରସାଦ* [] []
*ସ୍ବର୍ଗ ମୁକ୍ତି ନାହିଁ ବାଂଛେ, ଜୀବନ ମୁଁ ଚାହେଁ*
ସୁଖଦୁଃଖମୟ ଏହି ଜୀବନ ପ୍ରବାହେ
ଏ ବିଚିତ୍ର ଧରଣୀର! ମୋର ଜନ୍ମାନ୍ତର
ଜଗତର କୋଟିକୋଟି ଦୁଃଖୀ ଦରିଦ୍ରର
ନୟନ ଲୋତକେ ମୋର ଲୋତକ ମିଶାଇ
ହେଉ ଗୋ ପବିତ୍ରତର! କବିତାରେ ଗାଇ
ଦଳିତ ଲାଂଛିତ ଯେତେ, ତାଙ୍କ ଦୁଃଖ ବ୍ୟଥା
ଅବଜ୍ଞାତ, ସୁଖଦୁଃଖମୟ ପ୍ରାଣ କଥା
ଲେଖନୀ ମୋ ଧନ୍ଯହେଉ! ଏ ମୋର ଶରୀର
ଅନନ୍ତ କରୁଣା ଭରେ ପୋଛି ନେତ୍ରୁ ନୀର
ଲକ୍ଷ ଲକ୍ଷ ଦରିଦ୍ରର କ୍ଷୀଣ ପଳେ ପଳେ
ହେଲେ ସେ ପରମଭାଗ୍ୟ ମୋରଜନ୍ମାନ୍ତରେ
ଜୀବନେ ଜୀବନେ ଜନ୍ମି ରକ୍ତ ମୋର ଦେଇ
ମେଣ୍ଟିବି ମାନବ ଦୁଃଖ କ୍ରୁଶ ଅଙ୍ଗେ ନେଇ ||
[ _*ହେମଶସ୍ଯ, ମା. ମାନସିଂହ*_ ]
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Friday, 3 November 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment