ନର୍କକୁ ଗଲା ବା ରସାତଳକୁ ଗଲା ଏପରି କୁହାଯାଇଥାଏ। ହଦୀଶରେ ଗଭୀର ନର୍କର କଳ୍ପନା ମଧ୍ୟ କରାଯାଇଛି। ନର୍କର ରସାତଳର ଗଭୀରତା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ୭୦ ବର୍ଷ ସମୟ ଲାଗେ।(ମିସକତ ଉଲ ମସାବୀ, ମୁସଲିମ୍ ହଦୀଶ, ଖଣ୍ଡ - ୪, ପୃଷ୍ଠା - ୧୫୦)
ଆଶ୍ଚର୍ଯ୍ୟର କଥା ହେଉଛି ସ୍ୱର୍ଗ ଓ ନର୍କ ପୂରା ପାଖା ପାଖି ରହିଛି। ଜଣେ ପୁଣ୍ୟବାନ ଚାହିଁଲେ ଜଣେ ପାପୀ ସହିତ କଥା ହୋଇ ପାରିବ। ପ. କୁରାନ ଅଲ ଆଉସରାଫି କ୍ର. ୭ରେ ସ୍ୱର୍ଗ ଓ ନର୍କରେ ରହୁଥିବା ଲୋକଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପ ଦିଆଯାଇଛି। ଅଲ ଆଉସରାଫି ଶବ୍ଦର ଅର୍ଥ ହେଲା ଉଚ୍ଚ ଅଂଶ।
ସ୍ୱର୍ଗର ଲୋକମାନେ କିପରି ନଇଁକରି ନର୍କର ଜ୍ବାଳାରେ ଷଢ଼ୁଥିବା ଲୋକମାନଙ୍କୁ ଦେଖନ୍ତି ତାର ଉଲ୍ଲେଖ ପ. କୁ. ୩୭-୫୫ରେ ହୋଇଛି। ସେହିପରି ଆୟାତ ୫୭-୧୩ରେ ସ୍ୱର୍ଗ ଏବଂ ନର୍କ ମଧ୍ୟରେ ଗୋଟିଏ କାନ୍ଥ ତିଆରି ହୋଇ ଯିବା ଆସିବା ପାଇଁ ଗୋଟିଏ ଦ୍ୱାର ଅଛି ବୋଲି ଵର୍ଣ୍ଣନ ହୋଇଛି ଆୟାତ ୫୭-୧୩ ରେ। ଏହାର ଦ୍ୱାର ଭିତରେ କୃପା ଥାଏ ଓ ବାହାରେ ପ୍ରକୋପ ଥାଏ। (ଦିବ୍ୟ କୁରାନ ପୃ ୭୫୬)
୨୭.୧୧.୧୭

No comments:
Post a Comment