Friday, 24 November 2017

*ସ୍ୱର୍ଗରେ ମିଳୁଥିବା ଅନ୍ୟ ସୁଖ*

ସ୍ଵର୍ଗରେ ରହୁଥିବା ଲୋକଙ୍କୁ ଅନ୍ୟ ସୁଖ ମଧ୍ୟ ମିଳିବ।
ତାଙ୍କର ବସ୍ତ୍ର ରେଶମର ହୋଇଥିବ। ତାଙ୍କ ଗଳାରେ ସୁନା ଓ ମୋତିର ମାଳା ପିନ୍ଧାଯାଇଥିବ। (ଆୟାତ ପ.କୁରାନ ୨୨.୨୩) ସୁରା ଅଲ ବକ୍ରା ସବୁଠୁ ବଡ଼ ସୁରାରେ ଲେଖାଯାଇଥିବା ଆୟାତ ଅନୁସାରେ - ଏଇ ପୈଗମ୍ବର ଯିଏ ପ୍ରାମାଣିକ ହେବେ ଓ ଅନୁସରଣ କରିବେ ତାଙ୍କୁ ଖୁସୀ ଖବର ଦିଅନ୍ତୁ ତାଙ୍କ ପାଇଁ ସୁନ୍ଦର ଉଦ୍ୟାନ ଉପଲବ୍ଧ ହୋଇଥିବ ଯେଉଁ ବଗିଚା ତଳେ ନଦୀ କୁଳୁକୁଳୁ ନାଦରେ ବହି ଯାଉଥିବ। ଏହି ବଗିଚାର ଫଳ ଦେଖିବାକୁ ପୃଥିବୀରେ ଦେଖାଯାଉଥିବା ଫଳ ପରି ହୋଇଥିବ। ଯେତେବେଳେ ତାଙ୍କୁ ଫଳ ଖାଇବାକୁ ଦିଆଯିବ ସେ କହିବେ ଏମିତି ଫଳ ଆମକୁ ପୃଥିବୀରେ ମିଳୁଥିଲା।
ତାଙ୍କ ପାଇଁ ସେଠାରେ ପବିତ୍ର ଓ ଚାରିତ୍ରବାନ ସାଥି ରହିବେ ଓ ସେମାନେ ସବୁବେଳେ ତାଙ୍କ ସାଥି ହୋଇ ରହିଥିବେ। (ପ. କୁ ୨.୨୫)
ଏଠାରେ ଲକ୍ଷ୍ୟ କରିବା କଥା ଯେ ଦିବ୍ୟ କୁରାନରେ ସ୍ୱର୍ଗର ଉଦ୍ୟାନ ଭାରତୀୟ ପରମ୍ପରାରେ ଉପଯୋଗ କରାଯାଇଥିବା 'ନନ୍ଦନବନ' ଶବ୍ଦ ସଦୃଶ ଭଳି ପ୍ରତୀତ ହେଉଛି। ସ୍ଵର୍ଗରେ ରୂପା(ଚାଁନ୍ଦି) ଗ୍ଲାସରେ ପାନୀୟ ପରିବେଷଣ କରାଯାଉଥିବ। ସେଠାରେ କଅଁଳିଆ ରେଶମର ସବୁଜ ବସ୍ତ୍ର ଅତଲସ ଓ ଦିବାବସ୍ତ୍ର ଉପଲବ୍ଧ ହେଉଥିବ। ଉଦ୍ୟାନଟି ସବୁଜ ବର୍ଣ୍ଣର ଚଦର ଘୋଡ଼େଇ ହୋଇଥିବା ପରି ଦୃଶ୍ୟମାନ ହେଉଥିବ।(ପ. କୁ ୫୫.୬୪)
ଏଠାରେ ଘନ ସବୁଜର ଉଲ୍ଲେଖ ମୌଳିକ ଆରବୀ ଶବ୍ଦ 'ମୁଦ ହମ୍ମତାନୀ' ସଦୃଶ ବ୍ୟବହାର କରାଯାଇଛି।
ଏ ଶବ୍ଦ ଭାରତୀୟ ଶବ୍ଦ ଶସ୍ୟଶ୍ୟାମଳ ଭଳି କରାଯାଇପାରେ। ଏହି ଉଦ୍ୟାନର ଫଳ ଏତେ ତଳେ ହୋଇଥିବ ଯେପରି ସମସ୍ତେ ଭୁମିରେ ଛିଡ଼ା ହୋଇ ଫଳକୁ ତୋଳି ପାରିବେ। ତାଙ୍କୁ ଏହା ଦିନରାତି ସବୁବେଳେ ଉପଲବ୍ଧ ହେଉଥିବ। (ସୁରା ମରୀୟମ ୧୯.୬୨)
ଏଠାରେ ସକାଳ ଓ ସନ୍ଧ୍ୟା ଉଲ୍ଲେଖ ଥିବା ବିଷୟକୁ କିଛି ଭାଷ୍ୟକାର ଲେଖନ୍ତି ସ୍ଵର୍ଗରେ ରାତି ହୁଏ ନାହିଁ।
ଘରର ଦ୍ୱାର ଗୁଡ଼ିକର ପରଦା ପକାଇବା ଓ ଖୋଲା ରଖିବାର ସମୟ ନିଶ୍ଚିତ ହୋଇଥାଏ ବୋଲି ନସ୍ତ୍ର ଟିପ୍ପଣୀ- ପୃଷ୍ଠା ୭୮୦ ରେ ଉଲ୍ଲେଖ ଅଛି।

୨୪.୧୧.୧୭

No comments: