Saturday, 11 November 2017

ପ୍ରଶାସନିକ ଅଧିକାରୀ(ସମଦୃଷ୍ଟି)

ପ୍ରଶାସନିକ ଅଧିକାରୀ ପ୍ରଜାଙ୍କ ହିତରେ ନିର୍ଣ୍ଣୟ ନେଇଥାନ୍ତି ଏବଂ ତାକୁ କାର୍ଯ୍ୟରେ ପରିଣତ କରିବାପାଇଁ ଯୋଜନା ତଥା ବିଭିନ୍ନ ପ୍ରକାର ବ୍ୟବସ୍ଥା ବିକଶିତ କରିଥାନ୍ତି। ତାଙ୍କଠାରୁ ନ୍ୟାୟପୂର୍ଣ୍ଣ ବ୍ୟବହାର ଅପେକ୍ଷିତ ଥାଏ।  ଗୀତାରେ 'ସମଦର୍ଶୀ' ଶବ୍ଦ ପଣ୍ଡିତଙ୍କ ପାଇଁ ଉପଯୋଗ କରାଯାଇଛି। 'ସମଦର୍ଶୀ' ଅର୍ଥାତ ସବୁ ସ୍ତରର ଲୋକଙ୍କୁ ସମାନ ନ୍ୟାୟ ଦୃଷ୍ଟିରେ ଦେଖୁଥିବା ବ୍ୟକ୍ତି। ପ୍ରଶାସନିକ ଅଧିକାରୀ କାହାର ଚାପର ବଶବର୍ତ୍ତୀ ନ ହୋଇ ଗରୀବ ପ୍ରଜାଙ୍କୁ ଉପେକ୍ଷା ନକରି ନିର୍ଣ୍ଣୟ ନେଇଥାନ୍ତି। ଆଜିକାଲି ଏହାର ଅଭାବ ସର୍ବତ୍ର ପରିଲକ୍ଷିତ ହେଉଛି। ଗୀତାରେ ବ୍ୟବହୃତ ହୋଇଥିବା 'ସମଦର୍ଶୀ' ଶବ୍ଦକୁ ଆତ୍ମସାତ କରି ନିଜେ ସମଦର୍ଶୀ ହେବାର ସାଧନା କଲେ ଜଣେ ପ୍ରଶାସକ ନିଜ କାର୍ଯ୍ୟକୁ ଅଧିକ ଯୋଗ୍ୟଭାବେ କରିପାରିବେ। ତାଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିବ।
୧୧.୧୧.୧୭

No comments: