Monday, 20 November 2017

*ପବିତ୍ର କୁରାନରେ ନର୍କର ଵର୍ଣ୍ଣନ-୨*

ନର୍କରେ ଦଣ୍ଡ ଭୋଗ କରୁଥିବା ଲୋକଙ୍କୁ ଶିକୁଳିରେ ବାନ୍ଧିବା ବ୍ୟବସ୍ଥା ମଧ୍ୟ ଅଛି। ସେହି ଶିକୁଳି କେତେ ଲମ୍ବା ହେବ ତାହା ମଧ୍ୟ ଏକ ଆୟତରେ କୁହାଯାଇଛି।
ଆଦେଶ ହେବ - ୟା ବେକକୁ ଧର ଓ ୟାକୁ ନର୍କକୁ ଫିଙ୍ଗି ଦିଅ। ପରେ ସତୁରୀ ହାତ ଲମ୍ବା ଶିକୁଳିରେ ବାନ୍ଧ।  କାରଣ ଇୟେ ଶ୍ରେଷ୍ଠ ଓ ସର୍ବୋଚ୍ଚ ଆଲ୍ଲାହଙ୍କୁ ମାନୁ ନ ଥିଲା।(ଦିବ୍ୟ କୁରାନ, ଅଲ ହାଆଆକ୍କା ୬୯.୩୦.୩୪)
ଉପରୋକ୍ତ ଆୟାତରେ ୭୦ ହାତ ଲମ୍ବା ଶିକୁଳି କଥା କୁହାଯାଇଛି। ଆରବର ସାଂସ୍କୃତିକ ପରମ୍ପରାରେ ୭୦ ସଂଖ୍ୟାଟି ଏକାଥରେ ଉପଯୋଗ କରିବାର ପରମ୍ପରା ଅଛି। ଏହାର ଅର୍ଥ ଗୋଟିଏ ଗୋଟିଏ ଅଲଗା ନ ବାନ୍ଧି ଅନେକଙ୍କୁ ଏକ ସଙ୍ଗେ ବାନ୍ଧି ଦିଅ। ଗୋଟିଏ ଜାଗାରେ ଡାମରର ଉଲ୍ଲେଖ ମଧ୍ୟ କରାଯାଇଛି। ସାଉଦି ଆରବର ଖଣିରେ ତେଲ ପ୍ରାଚୀନ କାଳରୁ ଉପଲବ୍ଧ ଥିଲା। ତାହାକୁ ଏକ ଉଚ୍ଚ ତାପମାତ୍ରାରେ ଗରମ କରିବାକୁ ଡାମର କୁହାଯାଏ।

"ଯେତେବେଳେ ସେମାନଙ୍କର  ହାତ ଗୋଡ଼ ଶିକୁଳିରେ ବନ୍ଧା ଯାଇଛି, ତାଙ୍କ ବସ୍ତ୍ର ତାରକୋଲ(ଜ୍ୱାଳାଗ୍ରାହୀ ଡାମର) ଭଳି ହୋଇଚି ଓ ତାଙ୍କ ଶରୀର ନିଆଁରେ ଜଳିବା ଭଳି ଲାଗୁଛି ସେତେବେଳେ ତୁମେ ତାଙ୍କୁ ଅପରାଧୀ ଦୃଷ୍ଟିରେ ଦେଖିବ " (ସୁରା ଇବ୍ରାହିମ୍ ୧୪-୪୯-୫୦)

ନର୍କ ସାତ ପ୍ରକାରର। ତାହାର ସାତଟି ଦ୍ୱାର ଅଛି। ସାଉଦି ଆରବର ପ.କୁ. ୧୫-୪୪ର ଅନୁଦିତ ନୋଟରେ ଲେଖାଯାଇଛି ଯେ ପାପ ଅନେକ ପ୍ରକାର ହେବା ସତ୍ତ୍ୱେ ତାହାର ବର୍ଗୀକରଣ ସାତ ଭାଗରେ କରାଯାଇଛି। ପ୍ରତ୍ୟେକ ପ୍ରକାର ପାପ ପାଇଁ ଅଲଗା ଅଲଗା ନର୍କ ଅଛି।"
କୁରାନ ମାଜିଦ ଅନୁସାରେ ତାର ନାଁ ଦିଆଯାଇଛି -
ଜହନ୍ନଉମ, ଲଜା, ହତମା, ସଇର, ସକର, ଜହୀମ ଓ ହାବିୟା। ଏହି ସବୁ ନର୍କର ରକ୍ଷକ ଇବଲୀସ୍ ର ଅନୁଯାୟୀ ଅଟନ୍ତି।
ଏହି ନର୍କରେ ଦଣ୍ଡ ଭୋଗୁଥିବା ଲୋକମାନଙ୍କର ଅନ୍ୟ ସାଥୀମାନେ ମଧ୍ୟ ପାପୀ ହେଇଥିବେ। ତାଙ୍କୁ  ଅଲଗା ଅଲଗା ଦଣ୍ଡ ଦେବାପାଇଁ ଘାତକର ସହଯୋଗୀ ମଧ୍ୟ ଥିବ। (ପ.କୁ. ୧୧.୧୧୯) ଜଣେ ମୁଖ୍ୟ ଘାତକ ଥିବ।
ଆଲ୍ଲାହ ମଣିଷଙ୍କୁ ମାଟି-କାଦୁଅରେ ତିଆରି କରିଛନ୍ତି ଓ ପାପୀମାନଙ୍କୁ ଅଗ୍ନିର ଜ୍ବଳାରେ ତିଆରି କରିଛନ୍ତି।(ପ.କୁ. ଆୟାତ ୫୫.୧୪)
ମୋଟ ଉପରେ ଯଦି ଦେଖାଯାଏ ତେବେ ପ.କୁରାନରେ ଦିଆଯାଇଥିବା ନର୍କର ବର୍ଣ୍ଣନା, ଦଣ୍ଡ, ଦଣ୍ଡ ଦେଉଥିବା ଘାତକର ସାଥି ଓ ପ୍ରମୁଖ ଦଣ୍ଡ ଅଧିକାରୀ ଇବଲିସ ଇତ୍ୟାଦିର ପ୍ରତିଫଳନ ଏବେ ପୃଥିବୀରେ ଘଟୁଥିବା ଘଟଣାରୁ ପ୍ରତୀୟମାନ ହେଉଛି।

୨୦.୧୧.୧୭

No comments: