Friday, 10 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ସପ୍ତମୀ ତିଥି*
   *ତୁଳା ୨୫ ଦିନ  ପୁଷ୍ଯା ନକ୍ଷତ୍ର*
        *ସୂର୍ଯ୍ୟଦକ୍ଷିଣାୟନ କର୍କଟ ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଶୁକ୍ରବାର*
         *ଇଂରାଜୀ  ତା. ୧୦ ରିଖ*
        *ନଭେମ୍ବର ୨୦୧୭ ମସିହା*
        ~ॐॐॐॐॐॐ~
       
         [] [] *ସାହିତ୍ୟ ପ୍ରସାଦ* [] []
କ୍ଷୀରମୟ ସିନ୍ଧୁ - ଜେମାଜୀବବନ୍ଧୁ,
ତୁମ୍ଭେ ତ ଜଗତପତି!
ଟେକି ସମ ଦୃଷ୍ଟି ପତାକାକୁ ପୁଣି
ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ!
କେ କି କଲା ମୁଁ ନ କଲି!
କେ କି ଦେଲା ମୁଁ ଅବା ନ ଦେବା
ଘେନି ଏତେ ସରି ହେଲି ହେ ମହାପ୍ରଭୁ !
     *କେ କି କଲା ମୁଁ ନ କଲି?*
ମୃଗ ଯୁବତୀକି ରଖିଲ ଯେ ନାଶି
ମୃଗୟୁ ବିଦ୍ବେଷ ଦାଉ!
ଚରଣପଙ୍କଜ ସ୍ମରଣ ବିନା ସେ
କିସ କରିଥିଲା ଆଉ ହେ ମହାପ୍ରଭୁ!
କୁମ୍ଭୀର ଗ୍ରାସନ୍ତେ ଗାତ୍ର!
ଜନେ କହିବାରେ ଅନେକ ପରଜା
ମନେ କଲା ସିନା ମାତ୍ର ହେ ମହାପ୍ରଭୁ!!
*କେ କି କଲା ମୁଁ ନ କଲି?*
କେବଳ ସୁଦାମା ଦ୍ବିଜ ନିଜ ଶକ୍ତି
ଅନୁରୂପ ଆଚରିଲେ
ଗଳିତାଏ ଖୁଦ ନଜର ଦେବାରୁ
ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ
ଆଉ କେ କଲା କହ!
କାହା କାମକୁମ୍ଭ ପୂରି ନାହିଁ ତୁମ୍ଭ
ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ!!

          
          [ *_କବିସୂର୍ଯ୍ୟ ବଳଦେବ ରଥ _* ]
   
   🙏🙏🙏🙏🙏🙏🙏🙏
          
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

No comments: