⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*କାର୍ତ୍ତିକ ପୂର୍ଣ୍ଣିମା ଅଭିନନ୍ଦନ*
*ତୁଳା ୧୯ ଦିନ ଦ୍ବିଜାନକ୍ଷତ୍ର*
*ସୂର୍ଯ୍ୟଦକ୍ଷିଣାୟନ ମେଷଚନ୍ଦ୍ର*
*ହେମନ୍ତଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଶନିବାର*
*ଇଂରାଜୀ ତା. ୦୪ ରିଖ*
*ନଭେମ୍ବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
[] [] *ସାହିତ୍ୟ ପ୍ରସାଦ* [] []
ତୁମ ପୂଜା ପାଇଁ ସଖା ହେ
ସଜାଡ଼ିଛି ବେଦିକା
ଶୁଦ୍ଧଶାନ୍ତ ହୋଇ ବସିଛି
ଦୀନା ତବ ସେବିକା l
ତୁମେ ଆସ ଆସ ବୋଲି ତ
ନିତି ଡାକୁଛି କେତେ
ଯେତେ ହେଇଥାଉ ନିରାଶ
ପ୍ରେମ ବଢୁଛି ତେତେ l
ତୁମେ ବଡ଼ ମୁଁ ତ ସାନ ହେ
ତୁମ୍ଭ ଆଦରେ ବଡ଼
ତୁମେ ଫୁଲପରି ସରି ହେ
ମୁଁ ତ ଫୁଟନ୍ତା କଢ଼ l
ତୁମେ ତେଜୋବାନ ଆଦିତ୍ୟ
ମୁଁ ତ କ୍ଷୀଣ ଚନ୍ଦ୍ରମା
ଲଭି ତବାଲୋକ ପ୍ରଭୁ ହେ
ବଢ଼େ ମୋର ସୁଷମା।
ତୁମେ ପୂର୍ଣ୍ଣ-ସୁଧା- ସିନ୍ଧୁ ହେ
ମୁଁ ତ କ୍ଷୁଦ୍ର- ସରିତ
ତୁମ ପାଦପଦ୍ମେ ଅଧୀନ
ଥିବା ମୋର ଉଚିତ l
[ _*କୁନ୍ତଳା କୁମାରୀ ସାବତ*_ ]
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment