Wednesday, 6 September 2017

*ବ୍ୟସ୍ତତା ଏକ ବରଦାନ*

    ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ରାୟ ଜଣେ ପ୍ରସିଦ୍ଧ ରସାୟନବିତ ଥିଲେ । ସେ ଜୀବନ ସାରା ରସାୟନ ବିଜ୍ଞାନର ଗବେଷଣା କାର୍ଯ୍ୟରେ ମଗ୍ନ ଥିଲେ । ବାର୍ଦ୍ଧକ୍ୟ ଅବସ୍ଥାରେ ଘରେ ଥିବା ବେଳେ ଜଣେ ପୁରାତନ ଛାତ୍ର ଭେଟିବାକୁ ଆସିଥାନ୍ତି । ବହୁ ସମୟ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥାଏ । କଥା ସରିବା ବେଳକୁ ଛାତ୍ର ଜଣକ ପଚାରିଦେଲେ, "ସାର୍ ! ଆପଣ କେଉଁ ସମୟକୁ ଜୀବନର ସବୁଠୁ ବ୍ୟସ୍ତତମ କାଳ ବୋଲି ବିବେଚନା କରନ୍ତି ?"

      ଶ୍ରୀ ରାୟ ଉତ୍ତର ଦେଲେ,
"ପୁଅ, ଅଳସୁଆ ଓ ନିକମ୍ମା ବ୍ୟକ୍ତି ପାଖରେ କେବେ ବି ସମୟ ନ ଥାଏ । କିନ୍ତୁ କର୍ମଠ ବ୍ୟକ୍ତି ବି କେବେ କୁହେ ନାହିଁ ଯେ ମୋ ପାଖରେ ସମୟ ନାହିଁ । ମୁଁ ଯେବେ ଷାଠିଏ ପାର କଲି, ଚାକିରୀ ଜୀବନରୁ ଅବସର ନେଲି, ସେବେଠୁ ମୋର ଜୀବନ ଅଧିକ ବ୍ୟସ୍ତମୟ ହୋଇଯାଇଛି । ଏହି ସମୟରେ ମୁଁ ଦେଶ ସାରା ପ୍ରଦର୍ଶନୀର ଆୟୋଜନ ଓ ଉଦ୍ଘାଟନ କରୁଛି, ରାଷ୍ଟ୍ରୀୟ ସଂସ୍ଥାନଗୁଡ଼ିକର କାର୍ଯ୍ୟ, ସ୍ୱଦେଶୀ ଆନ୍ଦୋଳନର ପ୍ରଚାର ପ୍ରସାର, ଉଚ୍ଚ ଶିକ୍ଷା ସଂସ୍ଥାନମାନଙ୍କରେ ବ୍ୟାଖ୍ୟାନ ଆଦି କାର୍ଯ୍ୟ ପାଇଁ ମୁଁ ଦୁଇ ଲକ୍ଷ ମାଇଲ ଯାତ୍ରା କରି ସାରିଲିଣି । ଏତେ ବ୍ୟସ୍ତ ରହିବା ପରେ ମଧ୍ୟ ମୋର ଗବେଷଣା କାର୍ଯ୍ୟରେ କେବେବି ଅବହେଳା କରିନାହିଁ । ମୋର ଏହି ଅବକାଶ ସମୟରେ ମୁଁ ପୂରା ଦମରେ କାର୍ଯ୍ୟରେ ଲାଗିଛି । ବେଳେବେଳେ ମୋ ଶୋଇବା ସମୟରୁ ମଧ୍ୟ ସମୟ ବଞ୍ଚେଇ ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ କରିଛି । ବ୍ୟସ୍ତତା ମୋ ଜୀବନ ପାଇଁ ବରଦାନ ସଦୃଶ । ମୋ ଜୀବନ କଣ - ଏହା ତ ପ୍ରତ୍ୟେକ ମନୁଷ୍ୟ ପାଇଁ ବରଦାନ ଅଟେ ।"

୬.୯.୧୭

No comments: