Saturday, 16 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୧୬ ତାରିଖ ସେପ୍ଟେମ୍ବର*
    *୨୦୧୭ଶନିବାର  ଆଶ୍ବିନମାସ*
      *କୃଷ୍ଣପକ୍ଷ ଏକାଦଶୀ ତିଥି*,
   *ପୁଷ୍ଯାନକ୍ଷତ୍ର *, *ସୂର୍ଯ୍ୟ ଦକ୍ଷିଣାୟନ*
       *ଶରତଋତୁ, କର୍କଟ ଚନ୍ଦ୍ର ମାସାନ୍ତ*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
          *💦ସାହିତ୍ୟ ପ୍ରସାଦ💦*
" ହିତ " ମାନେ କଲ୍ୟାଣ, ମଙ୍ଗଳ! ଯାହା ହିତ ସହିତ ବିଦ୍ୟମାନ ବର୍ତ୍ତମାନ ତାର ଭାବ ହେଉଛି ସାହିତ୍ୟ ଅର୍ଥାତ୍ ସେହି ମଙ୍ଗଳକାରୀ ଶବ୍ଦରାଜୀ ଯାହା ସ୍ବୟଂ ସ୍ରଷ୍ଟା ତଥା ସମାଜ ଉଭୟଙ୍କ କଲ୍ୟାଣକର ହିତକର ହେଇପାରେ ତାହା ହିଁ ସାହିତ୍ୟ! ଏଠି ପ୍ରଶ୍ନ ଉଠେ କେମିତି ହିତ?
   ହଁ, ସାହିତ୍ୟ ସର୍ବବିଧ ସାର୍ବକାଳିକ ସାର୍ବଭୌମ ହିତସାଧନ କରିପାରେ ତାକୁ ପାରିଭାଷିତ ବା ସଂଜ୍ଞାକୃତ କଲେ ସାହିତ୍ୟର ପରିସୀମା ବା ବୈଭବକୁ ସୀମିତ କରାଯିବା ଭଳି ଦୋଷ ବା ଅପରାଧ ହେବ ତେବେ ସାହିତ୍ୟ କୋଉଠି ଆଦର୍ଶ ଜୀବନକୁ ଆହୁରି ଆଗକୁ ଗତିଶୀଳ କରାଏ ଦିଶାଦର୍ଶନ କରାଏ ଦିଗବାରେଣି ଯନ୍ତ୍ର ପରି, ଅନ୍ଧାର ପଥର ପ୍ରଦୀପ ପରି, ଅସହାୟର ଅନ୍ଧ ଲଉଡ଼ି ପରି ତ ଆଉ କେଉଁଠି ଅନିୟନ୍ତ୍ରିତ ଜୀବନକୁ ନିୟନ୍ତ୍ରିତ, ସଂଯମିତ, ଶୃଙ୍ଖଳିତ କରାଏ ବିଶାଳ ଗଜରାଜକୁ ସାମାନ୍ୟ ଅଙ୍କୁଶର ଆଘାତ ପରି!
   ସାହିତ୍ୟ ଜୀବନରେ ଆଶାର ଅଙ୍କୁରୋଦ୍ଗମ କରାଏ, ହସର କୁସୁମ ଫୁଟାଏ, ସର୍ବୋପରି ଜନଜୀବନକୁ ନିଷ୍କ୍ରିୟତାରୁ ଉଦ୍ଧାରକରି ମଣିଷ ଅନ୍ତରସ୍ଥ ସାମର୍ଥ୍ୟକୁ ଉଦ୍ରେକ କରାଏ ଜଡ଼ତାକୁ ସଂହାର କରାଏ ବ୍ଯକ୍ତିକୁ ସମଷ୍ଟିସହ ସଂଯୁକ୍ତ କରାଇ ଆତ୍ମିକ ଆନନ୍ଦର ମହୋଦଧିରେ ଅବଗାହନ କରାଏ! ତେବେ ଆସନ୍ତୁ ବନ୍ଧୁ ସକାଳଟିକୁ ସାହିତ୍ୟ ପାଇଁ ସମର୍ପିତ କରିଦେବା - କିଛି ପଢ଼ିବା କିଛି ଲେଖିବା, କିଛି କରିବା ଆଉ ହସି ହସେଇବା...
~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: