Friday, 8 September 2017

*ସଫଳତାର ଗରିମା*

     ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ପ୍ରଫେସର ଧାବନଙ୍କୁ ଫୋନ କରି କହିଲେ, "ମୁଁ କାଲାମଙ୍କ ସହ ମିଶିବାକୁ ଚାହୁଁଛି ।"

ଶ୍ରୀ ଧାବନ ଏହି ଖୁସୀ ଖବର କାଲାମଙ୍କୁ ଦେବାବେଳେ କହିଲେ, "କାଲାମଜୀ, ଆପଣଙ୍କ ପାଇଁ ଗର୍ବର ବିଷୟ ଯେ, ପ୍ରଧାନମନ୍ତ୍ରୀ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି ।"

ଏହା ଶୁଣି କାଲାମ ପ୍ରସନ୍ନ ହେଲେ; କିନ୍ତୁ ହଠାତ ତାଙ୍କ ଚେହେରା ଗମ୍ଭୀର ହୋଇଗଲା ।

ପ୍ରଫେସର ଧାବନ କାଲାମଙ୍କ ଚେହେରାକୁ ପଢ଼ି ପାରିଲେ ଏବଂ ପଚାରିଲେ, "କଣ ହେଲା ? ଏପରି ଉଦାସ କାହିଁକି ହୋଇଗଲେ ?"

କାଲାମ କହିଲେ, "ନା ସେପରି କିଛି ନୁହଁ । ଆପଣ ତ ଜାଣନ୍ତି, ନା ମୋର ସେମିତି କିଛି ସୁଟ ବୁଟ ଅଛି ନା ସେମିତି କିଛି ସାଧନ ସାମଗ୍ରୀ । ମୁଁ ତ ସାଧାରଣ ସୁଟ ସାର୍ଟ ଓ ଚପଲ ପିନ୍ଧୁଛି । ଏପରି ବେଶରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯିବା କଣ ଉଚିତ ହେବ ?"

ଏହା ଶୁଣି ପ୍ରଫେସର ଧାବନ ଖୁବ ଜୋରରେ ହସିଲେ ଓ କହିଲେ, "କାଲାମଜୀ ପ୍ରକୃତରେ ଆପଣଙ୍କ ଚେହେରା ବହୁତ ସୁନ୍ଦର ଏବଂ ଆପଣ ଯେଉଁ ସଫଳତାରେ ନିଜକୁ ସଜାଇଛନ୍ତି ତା ଆଗରେ ସୁନ୍ଦର ସୁନ୍ଦର ଆଭୂଷଣମାନ ଫିକା ପଡ଼ିଯିବ ।
ଯାହା ଆପଣଙ୍କ ପାଖରେ ଅଛି ତାହା ଆଉ କାହା ପାଖରେ ନାହିଁ । ଆଉ କିଛି ଚିନ୍ତା ନ କରି କାଲି ପ୍ରତ୍ୟୁଷରେ ଆପଣ ଦିଲ୍ଲୀ  ଯାଆନ୍ତୁ ।"

ପରେ ଏହି ଏ.ପି.ଜେ. ଅବଦୁଲ କାଲାମ ସ୍ୱୟଂ ଦେଶର ରାଷ୍ଟ୍ରପତି(ପ୍ରଥମ ନାଗରିକ) ହେଲେ ।

୮.୯.୧୭

No comments: