ମୋଗଲ ଶାସନ କାଳରେ ଏପରି କିଛି କବି ଓ ସାହିତ୍ୟିକ ଥିଲେ ଯେଉଁମାନେ ନିଜର ସ୍ୱାଭିମାନକୁ ଅକ୍ଷୁଣ୍ଣ ରଖିପାରିଥିଲେ । ବିଦେଶୀ ଶାସକଙ୍କ ଆଗରେ ସେମାନେ କେବେ ବି ମୁଣ୍ଡ ନୁଆଇଁ ନ ଥିଲେ । ଏହିପରି ଜଣେ ପ୍ରସିଦ୍ଧ କବି ଥିଲେ ମହାକବି ଭୂଷଣ । ଆକବରଙ୍କ ଶାସନ କାଳ ମଧ୍ୟରେ ଆଉ ଜଣେ ସେହିପରି ସ୍ଵନାମଧନ୍ୟ କବି ହେଉଛନ୍ତି ଶ୍ରୀପତି ।
ଶ୍ରୀପତି ଭଗବାନ କୃଷ୍ଣଙ୍କର ଅନନ୍ୟ ଭକ୍ତ ଥିଲେ । ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଆମେ ଆମ ସମ୍ମୁଖରେ ଯାହା ସବୁ ଦେଖୁଛନ୍ତି ଏ ସବୁକୁ ସେହି ପରମେଶ୍ୱର ସୃଷ୍ଟି କରିଛନ୍ତି ।
ଆକବରଙ୍କ ଦରବାରରେ ଅନେକ ତୋଷାମଦିଆ କବି ଥିଲେ। ସେମାନେ ଶ୍ରୀପତିଙ୍କୁ ସହି ପାରିଲେ ନାହିଁ । କାରଣ ଶ୍ରୀପତି କେବେ ବି ଆକବରଙ୍କ ଗୁଣଗାନ କରୁ ନ ଥିଲେ । ତେଣୁ ସେମାନେ ସବୁ ମିଶି ଶ୍ରୀପତିଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚନା କଲେ --
ଯୋଜନା ଅନୁଯାୟୀ କବି ଦରବାର ହେବ । ସେଥିରେ କବିମାନେ ସ୍ୱରଚିତ କବିତା ପଢ଼ିବେ। କବିତାଗୁଡ଼ିକରେ ସମସ୍ୟାସବୁ ବର୍ଣ୍ଣନା ହୋଇଥିବ ଏବଂ ପ୍ରତ୍ୟେକ ପଦର ଅନ୍ତିମ ଧାଡ଼ି ରହିବ -"କରୋୖ ସବ ଆସ ଅକବର କୀ ହୋ ।"
ଏହି କବି ଦରବାରକୁ ଶ୍ରୀପତିଙ୍କୁ ନିମନ୍ତ୍ରିତ କରାଗଲା। ସବୁ ତୋଷାମଦିଆ କବି ବହୁତ ଖୁସୀ ଥିଲେ କାରଣ ଏଥର କବି ଶ୍ରୀପତିଙ୍କୁ ସେମାନେ ଆକବରର ପ୍ରଶସ୍ତି ଗାନ ପାଇଁ ଏକ ପ୍ରକାର ବାଧ୍ୟ କରିଦେଇଛନ୍ତି ।
କିନ୍ତୁ ଯେଉଁ କବିଙ୍କର ପ୍ରତି ଲୋମକୁପରେ ଦେଶଭକ୍ତିର ସଂସ୍କାର ଭରି ରହିଛି ସେ ବା କାହୁଁ ଏକ କ୍ରୁର ବିଦେଶୀ ଶାସକର ଯଶଗାନ କରନ୍ତା ?
ସମୟ ଅନୁସାରେ କବି ଦରବାର ହେଲା। ଶ୍ରୀପତି ମଧ୍ୟ ଠିକ୍ ସମୟରେ ପହଞ୍ଚିଲେ । ସମସ୍ତଙ୍କର କବିତା ସୂଚନା ମୁତାବକ ଲେଖା ଯାଇଥିବା ବେଳେ କବି ଶ୍ରୀପତି ଯେଉଁ କବିତା ସେଠି ପାଠ କଲେ ତାହା ସବୁ ଷଡ଼ଯନ୍ତ୍ରକାରୀ କବିଙ୍କ ଆଶାକୁ ଧୂଳିସାତ କରିଦେଇଥିଲା ।
କବି ଶ୍ରୀପତି ଲେଖିଥିଲେ ---
ଏକ ହି ଛାଣ୍ଡ କୈ ଦୁଜଉ ଭଜୈ
ଜରଉ ରସନା ଉସ ଲବବର କୀ।
ଅଵ କି ଧୁନିୟା ଗୁନିଆ ଜୋ ବନି
ଜୋ ବାନ୍ଧନ ଫେଣ୍ଟ ଅଡ଼ମ୍ବର କୀ ।
କବି ଶ୍ରୀପତି ଆସରୋଉ ରାମହି କୋ
ହମ ଫେଣ୍ଟ ଗହି ବଡ଼ ଜବବର କୀ।
ଜିନକେ ହରି ମେଁ ହେ ପ୍ରତୀତି ନହିଁ
ଓ କରୋ ସବ ଆସ ଅକବର କୀ ।
୧୧.୯.୧୭

No comments:
Post a Comment