କ୍ରାନ୍ତିକାରୀ ରାମପ୍ରସାଦ ବିସମିଲଙ୍କୁ ଯେଉଁଦିନ ଫାଶୀ ଦିଆଗଲା ସେହିଦିନ ସକାଳୁ ଉଠି ସେ ସବୁଦିନ ପରି ବ୍ୟାୟାମ କରୁଥିଲେ । ଜେଲର ଅଧୀକ୍ଷକ ତାଙ୍କୁ ପଚାରିଲେ, "ଆଜି ତ ଆପଣଙ୍କୁ ଆଉ ଘଣ୍ଟେ ପରେ ଫାଶୀ ଦିଆଯିବ, ତଥାପି ଆପଣ ବ୍ୟାୟାମ କରୁଛନ୍ତି ? ଏଥିରୁ କି ଲାଭ ମିଳିବ ?
ବିସମିଲ ଜେଲ ଅଧୀକ୍ଷକଙ୍କୁ ଉତ୍ତର ଦେଇଥିଲେ -
"ଜୀବନ ଅନେକ ଆଦର୍ଶ ଓ ଅନେକ ନିୟମରେ ବନ୍ଧା ହୋଇଛି । ଯେ ପର୍ଯ୍ୟନ୍ତ ଶରୀରରେ ଶ୍ଵାସ ଚାଲୁଛି ସେ ପର୍ଯ୍ୟନ୍ତ ବ୍ୟବସ୍ଥାରେ କୌଣସି ଅନ୍ତର ଆଣିବା ଉଚିତ ନୁହେଁ। ସମ୍ମୁଖରେ ସାମାନ୍ୟ ବିପଦ ଆସିଗଲେ ଯେଉଁ ବ୍ୟକ୍ତି ନିଜର ଦିନଚର୍ଯ୍ୟା ଓ କାର୍ଯ୍ୟବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିଦିଏ, ସେ କେବେ ବି ନିଜର ଲକ୍ଷ୍ୟ ପ୍ରାପ୍ତ କରିପାରେ ନାହିଁ ।
ବିସମିଲଙ୍କ ମୁଖମଣ୍ଡଳରେ ଦିବ୍ୟତେଜ ଓ ସ୍ୱର୍ଣ୍ଣିମ ଭାରତ ପ୍ରାପ୍ତିର ପ୍ରଚଣ୍ଡ ବିଶ୍ୱାସକୁ ଦେଖି ଜେଲ ଅଧୀକ୍ଷକ ଆଶ୍ଚର୍ଯ୍ୟ ହୋଇଥିଲେ ।
୧୬.୯.୧୭

No comments:
Post a Comment