Sunday, 17 September 2017

*ବିଶ୍ୱକବିଙ୍କ ସ୍ୱାଭିମାନ*

    ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ୧୯୨୦ ମସିହାରେ ୟୁରୋପ ଯାତ୍ରା କରିଥିଲେ । ସେତେବେଳ ତାଙ୍କ ରଚିତ ଗୀତାଞ୍ଜଳିର ଖ୍ୟାତି ସାରା ଦୁନିଆରେ ଚରମ ଉତ୍କର୍ଷ ଲାଭ କରିଥିଲା। ଫ୍ରାନ୍ସର ବୁଦ୍ଧିଜୀବୀବର୍ଗ ଫ୍ରାଂସିସ ଭାଷାରେ ଅନୁଦିତ ଗୀତାଞ୍ଜଳୀର ଧୂନରେ ମତୁଆଲା ହୋଇଥିଲେ।

ଫ୍ରାନ୍ସର ଷ୍ଟାର୍ସଵର୍ଗ ବିଶ୍ୱବିଦ୍ୟାଳୟରେ ତାଙ୍କର ବ୍ୟାଖ୍ୟାନର ଆୟୋଜନ କରାଯାଇଥାଏ । ଶ୍ରୀ ଠାକୁର ତାଙ୍କର ଲୁଗାପଟା ଓ ପଗଡ଼ି ପିନ୍ଧି ସମାରୋହ ଆଡ଼କୁ ଚାଲିଲେ । ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ବିନମ୍ରତାପୂର୍ବକ ପଚାରିଲେ - "ଠାକୁରଜୀ, ଯଦି ଆପଣ ପଗଡ଼ି ଜାଗାରେ ଟୋପି ପିନ୍ଧିବେ ତେବେ ଆପଣଙ୍କ ବ୍ୟକ୍ତିତ୍ବ ଆହୁରି ଆକର୍ଷିତ ହୋଇଯିବ ।"
ରବୀନ୍ଦ୍ରବାବୁ ଉତ୍ତର ଦେଲେ, "କ୍ଷମା କରିବେ, ମୋର ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିବା ଲୋଭରେ ମୁଁ ବିଦେଶୀ ଟୋପି ପିନ୍ଧିପାରିବି ନାହିଁ ।"

ତାଙ୍କର ଏହି କଥା ଶୁଣି ବିଶ୍ୱବିଦ୍ୟାଳୟରେ ଥିବା ଭାରତୀୟ ଛାତ୍ରମାନେ ଆନନ୍ଦିତ ହେଲେ । ଫ୍ରାନ୍ସର ସୁବିଖ୍ୟାତ କବି ସିଲମ୍ୟାନ ଲେବି ବିଶ୍ୱବିଦ୍ୟାଳୟର ହଜାର ହଜାର ଶ୍ରୋତାଙ୍କ ସମ୍ମୁଖରେ କହିଲେ, "ରବିନ୍ଦ୍ରବାବୁ ବୁଦ୍ଧ, ବ୍ୟାସ, ବାଲ୍ମିକୀ, ଅଶ୍ଵଘୋଷ ତଥା କଳିଦାସଙ୍କ ଶୃଙ୍ଖଳାର ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ମହାପୁରୁଷ ଅଟନ୍ତି । ଆମ ବିଶ୍ୱବିଦ୍ୟାଳୟ ଆଜି ଜଣେ ଯୁଗାନ୍ତକାରୀ ଭାରତୀୟ ପ୍ରତିଭାକୁ କେବଳ ଅଭିନନ୍ଦିତ କରୁନାହିଁ ଅପିତୁ ଆମର ଭାରତୀୟ ଭଗିନୀ ବିଶ୍ୱ-ଭାରତୀର ସମ୍ମାନ କରୁଛି ।

ରବୀନ୍ଦ୍ର ବାବୁ ବିଦେଶୀ ବିଦ୍ୱାନଙ୍କ ମୁଖରୁ ବୁଦ୍ଧ, ବ୍ୟାସ, ବାଲ୍ମିକୀ, ଅଶ୍ଵଘୋଷ ତଥା କାଳିଦାସଙ୍କ ନାମ ଶୁଣି ଅଭିଭୂତ ହୋଇଯାଇଥିଲେ।

୧୭.୯.୧୭

No comments: