Thursday, 14 September 2017

*ସରଳ ଭାଷା - ସରଳ ବିଚାର*

    ମୋରାର୍ଜି ଭାଇ ଦେଶାଇ 1963 ମାର୍ଚ୍ଚ ବେଳକୁ ଦେଶର ଅର୍ଥ ମନ୍ତ୍ରୀ ଥାଆନ୍ତି । ସେ କହିଲେ କର ଅଧିକା ଲାଗିବାକୁ ଯାଉଛି ତେଣୁ ଲୋକମାନେ ନିଜ କମର ପେଟି ଠିକ୍ ଭାବେ ଭିଡ଼ିବା ଦରକାର । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସେତେବେଳେ 'ପଲଟିକାଲ ଡାଇରୀ' ନାମକ ସ୍ତମ୍ଭ ଲେଖୁଥିଲେ । ତାଙ୍କ ଟୀକା ଟିପ୍ପଣୀ ସରଳ ଭାଷାରେ ସମସ୍ତେ ବୁଝିପାରିଲା ଭଳି ହେଉଥିଲା । ସେ ଅର୍ଥ ମନ୍ତ୍ରୀଙ୍କ ସମ୍ବନ୍ଧରେ ଲେଖିଲେ,

"Finance Minister should give second thoughts to all his proposals and before asking the people to tighten their belts, see that the government too tighten its belt which is so loose that the government has lost both grace and efficiency."

ଏଇ ଗୋଟିଏ ବାକ୍ୟରେ ସେ ସରକାରଙ୍କୁ ସମାଲୋଚନା କରିଥିଲେ । ତାଙ୍କର ବିଚାର ଥିଲା ସରଳ ଓ ଭାଷା ମଧ୍ୟ । 

ଏହିପରି ଅନେକ ଉଦାହରଣ ତାଙ୍କ ଲେଖାରୁ ଆମକୁ ମିଳିପାରିବ ।

   ତାଙ୍କର ଦୁଃଖଦ ହତ୍ୟା ପରେ ପରେ ସେ ଲେଖିଥିବା 'ପଲଟିକାଲ ଡାଇରୀ'ର ସଂକଳନ ଓ ଉନ୍ମୋଚନ ୧୭ ମେ ୧୯୬୮ ରେ ମୁମ୍ବାଇରେ ହୋଇଥିଲା । ପୂଜ୍ୟ ଶ୍ରୀଗୁରୁଜୀ ଏହି ବହିର ଉନ୍ମୋଚନ କଲାବେଳେ କହିଥିଲେ, "ଆଜି ଏଇ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଥିବା ମହାନୁଭବ ଏ ସଂଗ୍ରହର ପାଣ୍ଡୁଲିପି ମୋତେ କିଛିଦିନ ପୂର୍ବରୁ ପଢ଼ିବାକୁ ଦେଇଥିଲେ । ସେ ଭାବିଥିଲେ ବୁଦ୍ଧିକୁ ଅନ୍ଧକାରରେ ରଖି ଛିଡ଼ା ହେବା ସମ୍ଭବ ନୁହେଁ । ମୁଁ ଏଠାରୁ ରାଜକୋଟ ଯିବା ସମୟରେ ଓ ସେଠାରୁ ବିମାନରେ ଏଠାକୁ ଆସିବା ସମୟରେ ପୂରା ପୁସ୍ତକ ପଢ଼ିଦେଇଛି । ପୁସ୍ତକରେ ଅନେକ ବିଷୟ ତ ତାତ୍କାଳିକ ଅଛି, କିନ୍ତୁ ଆମର ଦୀନଦୟାଲଜୀଙ୍କର ବିଶେଷତା ହେଉଛି ସେ ତାତ୍କାଳିକ ବିଷୟକୁ ମଧ୍ୟ ଏକ ସ୍ଥାୟୀ ସୈଦ୍ଧାନ୍ତିକ ଅଧିଷ୍ଠାନ ଦେଇ ଲେଖୁଥିଲେ ଓ କହୁଥିଲେ । କେବଳ ତାତ୍କାଳିକ କଥା ବୋଲି କହି ବିଷୟକୁ ଛାଡ଼ି ଦେବା ତାଙ୍କର ସ୍ଵଭାଵ ନଥିଲା । ଅନେକ ବର୍ଷ ସେ ମୋର ସହଯୋଗୀ କାର୍ଯ୍ୟକର୍ତ୍ତା ଥିବାରୁ ମୁଁ ଜାଣିଛି ସେ ଜଣେ ମୂଳଗାମୀ ବିଚାରର ଅଭ୍ୟାସକ ଥିଲେ । ତାତ୍କାଳିକ ସମସ୍ୟା ଉପରେ କହିବା ବା ଲେଖିବା ସମୟରେ ମଧ୍ୟ ତା ପଛରେ କୌଣସି ନା କୌଣସି ଚିରନ୍ତନ ସିଦ୍ଧାନ୍ତ ଅଛି ତାର ବିଚାର କରି ସେହି ଅଧିଷ୍ଠାନ ଉପରେ ସେ ଶବ୍ଦ ପ୍ରୟୋଗ କରୁଥିଲେ ।

୧୪.୯.୧୭

No comments: