Monday, 18 September 2017

*ଭାରତମାତା*

     ଯୋଗୀ ଅରବିନ୍ଦ ନିଜ ଘରେ ବସିଥିଲେ । ତାଙ୍କୁ ଭେଟିବାକୁ ଆସିଥିବା ଜଣେ ଇଂରେଜ ସାମ୍ବାଦିକ ପଚାରିଲେ, "ବର୍ତ୍ତମାନ ଭାରତରେ ବହୁତ ଜୋରରେ ରାଜନୈତିକ ଚେତନା ଜାଗ୍ରତ ହୋଇ ଚାଲିଚି । ମୁଁ ଆଜି ଦେଖିଲି ଗୋଟିଏ ସଭାରେ ଲକ୍ଷେ ଲୋକ ବନ୍ଦେ ମାତରମ୍ ଗାନ ଆରମ୍ଭ ହେବା ମାତ୍ରେ ଛିଡ଼ା ହୋଇ ଆଖି ବନ୍ଦ କରି ବନ୍ଦେ ମାତରମ୍ ଗାଇବାକୁ ଲାଗିଲେ । ଏହି ରାଷ୍ଟ୍ରୀୟ ଚେତନାର ଶ୍ରେୟ ଆପଣ କାହାକୁ ଦେବେ ?

   ଯୋଗୀ ଅରବିନ୍ଦ କହିଲେ, "ଆଜି ଆମ ଦେଶ ଯେଉଁ ଉତ୍ସାହର ସହ ଅଳସ ଭାଙ୍ଗି ଉଠିିଛି ଓ ଆଗକୁ ବଢ଼ିବାର ସଂକଳ୍ପ କରିଛି ଏ ସବୁର ଶ୍ରେୟ ବନ୍ଦେ ମାତରମ ତଥା ବଙ୍କିମଚନ୍ଦ୍ରଙ୍କର । ବଙ୍କିମବାବୁ ନିଜ ଲେଖନୀ ମାଧ୍ୟମରେ ଭାରତମାତାଙ୍କ ପ୍ରତ୍ୟକ୍ଷ ସ୍ୱରୂପକୁ ପ୍ରସ୍ତୁତ କରି ସିଦ୍ଧ କରିଦେଲେ ଯେ ଭାରତମାତା କେବଳ ଏକ ସାଧାରଣ ଦେଶର ପ୍ରତୀକ ନୁହେଁ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତାହା ବନ୍ଦନୀୟ ପୂଜନୀୟ ତତ୍ତ୍ୱର ନାମ ଅଟେ । ମାତୃଭୂମିର ଏହି ସ୍ୱରୂପକୁ ପ୍ରକଟ କରିଦେବା କାରଣରୁ ପ୍ରତ୍ୟେକ ବ୍ୟକ୍ତି ଭିତରେ ରାଷ୍ଟ୍ରୀୟ ଚେତନା ସୃଷ୍ଟି ହେଉଛି ।"

ସେ ଆଉ କିଛି କ୍ଷଣ ଅଟକି ଯାଇ ପୁଣି କହିଲେ, "ବନ୍ଦେ ମାତରମ୍ ଉଦଘୋଷ ଖୁବ ଶୀଘ୍ର ବ୍ରିଟିସ ଶାସନକୁ ସମାପ୍ତ କରିବାର ମହାମନ୍ତ୍ର ସିଦ୍ଧ ହେବ ।"

ତାହା ହିଁ ହେଲା। କିଛି ବର୍ଷ ପରେ ଇଂରେଜମାନେ ଭାରତକୁ ସ୍ୱାଧୀନ କରିବାକୁ ବାଧ୍ୟ ହୋଇଥିଲେ ।

୧୮.୯.୧୭

No comments: