Monday, 4 September 2017

*ଆଦର୍ଶ ଶିକ୍ଷକ*

   ୧୯୩୯ ମସିହାର କଥା ।
ମହାମନା ପଣ୍ଡିତ ମଦନମୋହନ ମାଲବ୍ୟ କଲିକତାରେ ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଲେ।

ସେ ତାଙ୍କୁ ନମ୍ରତାର ସହ କହିଲେ, "ମୁଁ ଜଣେ ଯାଚକ ବ୍ରାହ୍ମଣ ରୂପେ ଆପଣଙ୍କ ପାଖକୁ ଆସିଛି । କଣ ଆପଣ ମୋର ଆକାଂକ୍ଷା ପୂର୍ଣ୍ଣ କରିବେ ?"

ଡ. ରାଧାକ୍ରୀଷ୍ଣନ ମହାମନାଙ୍କୁ ଖୁବ ଶ୍ରଦ୍ଧା କରୁଥିଲେ । ତେଣୁ ସେ କହିଲେ,
"ମହାମନା, ଯାଚନା ନୁହେଁ, ମୋତେ ଆଦେଶ କରନ୍ତୁ, ମୁଁ ଆପଣଙ୍କର କେଉଁ ସେବା କରିପାରିବି ?"

ମହାମନା କହିଲେ,
"ମୁଁ ଚାହୁଁଛି ଯେ ଆପଣଙ୍କ ଭଳି ମହାନ ବିଦ୍ୱାନ ଆମ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପଦକୁ ସୁଶୋଭିତ କରନ୍ତୁ । ଆପଣଙ୍କ ଆଶା ମୁତାବକ ବେତନ ପ୍ରଦାନ କରାଯିବ ।"

ଡ. ରାଧାକ୍ରୀଷ୍ଣନ ବିନମ୍ରତା ପୂର୍ବକ କହିଲେ, "ମହାମନା, ମୁଁ ଆପଣଙ୍କ ଆଦେଶକୁ କିପରି ବା ଅସ୍ବୀକାର କରିବି ? କିନ୍ତୁ ମୋର ଏକ ସର୍ତ୍ତ ଅଛି। ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ମହାନ ଶିକ୍ଷା ଅନୁଷ୍ଠାନର କୋଷରୁ ବେତନ ହିସାବରେ ମୁଁ କୌଣସି ଅର୍ଥ ସ୍ୱୀକାର କରିବି ନାହିଁ ।"

ମହାମନା ଆନନ୍ଦରେ ଡ. ରାଧାକ୍ରୀଷ୍ଣନଙ୍କ ହାତକୁ ମୁଠାଇ ଧରିଲେ। ଉଭୟ ପରସ୍ପର ପ୍ରତି ଶ୍ରଦ୍ଧାନତ ହୋଇଉଠିଲେ ।

୪.୯.୧୭

No comments: