⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୧୮ ତାରିଖ ସେପ୍ଟେମ୍ବର*
*୨୦୧୭ସୋମବାର ଆଶ୍ବିନମାସ*
*କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି*,
*ମଘା ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ*
*ଶରତଋତୁ, ସିଂହ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
ରୁଚିର ଶରଦ କାଳ ବିରାଜିଲା ଆସି
ହସିଲା ଧରଣୀରାଣୀ ଶୋଭା ପରକାଶି
କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ
ସରୋବରେ ଫୁଟିଛନ୍ତି କୁମୁଦ କମଳ
ସୁନ୍ଦର ମାଳତି ଗଙ୍ଗ ଶିଉଳୀ ଟଗରେ
ଧବଳିତ ଉପବନ ଜନମନ ହରେ
ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ
ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ
ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ବଳ
ବିରାଜଇ ଦଶଦିଶ କରିଣ ଧବଳ
ଉଜ୍ଜ୍ବଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ
ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ
ନଦୀ ପୁଷ୍କରଣୀ ଜଳ ଏବେ ସୁନିର୍ମଳ
କ୍ରୀଡନ୍ତି ହରଷେ ତହିଁ ଧଳା ହଂସଦଳ!!
➖ଭକ୍ତ କବି
~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Monday, 18 September 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment