ଝାଂସିର ବୀରାଙ୍ଗନା ମହାରାଣୀ ଲକ୍ଷ୍ମୀବାଇଙ୍କର ଝିଆରୀ ହେଉଛନ୍ତି 'ତପସ୍ୱିନୀ'। ୧୮୫୭ ର ସ୍ୱାଧୀନତା ସଂଗ୍ରାମ ଅସଫଳ ହୋଇଯିବାପରେ ତପସ୍ୱିନୀଙ୍କୁ ଇଂରେଜ ସରକାର ବନ୍ଦୀ କରି ତ୍ରିଚନାପଲ୍ଲୀ କିଲାରେ ରଖିଥିଲା।
ସେଠାରୁ ମୁକ୍ତ ହେବା ପରେ ସେ ଗୁପ୍ତ ରୂପେ ନେପାଳ ଚାଲିଗଲେ । ନେପାଲରୁ କଲିକତା ଆସି ୧୯୦୫ରେ ବଙ୍ଗଭଙ୍ଗ ଆନ୍ଦୋଳନରେ ଇଂରେଜ ବିରୋଧରେ ଚେତନା ଜାଗ୍ରତ କରିବାରେ ସକ୍ରିୟ ଯୋଗଦାନ କଲେ । ୧୯୦୬ର ରକ୍ଷାବନ୍ଧନ ଉତ୍ସବ ଅବସରରେ ସେ କଲିକତାର ଗଙ୍ଗା ନଦୀ କୂଳରେ ହଜାର ହଜାର ମହିଳାଙ୍କୁ ସାଙ୍ଗରେ ନେଇ ସେଠାରେ ସ୍ନାନ କରୁଥିବା ଯୁବକ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ସଂକଳ୍ପ କରାଇଲେ । ସେଠାରେ ବିଶେଷ ଭାବେ ଶ୍ରୀ ରବୀନ୍ଦ୍ରନାଥ ଠାକୁର ଉପସ୍ଥିତ ଥିଲେ ।
ତପସ୍ୱିନୀ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ହାତରେ ଯେତେବେଳେ ରାଖୀ ବାନ୍ଧିଲେ ସେ ପକେଟରୁ ବାହାରକରି କିଛି ଟଙ୍କା ତାଙ୍କୁ ଦେବାକୁ ଚାହିଁଲେ । ତପସ୍ୱିନୀ କହିଲେ, "ଠାକୁରଜୀ, ଆପଣ ରାଖୀର ଦକ୍ଷିଣା ଟଙ୍କା ଆକାରରେ ନ ଦେଇ ଓଜସ୍ୱିନୀ କବିତା ଶୁଣାଇ ଦିଅନ୍ତୁ ।"
ଶ୍ରୀ ଠାକୁର "ବାଙ୍ଗଲାର ମାଟି, ବାଙ୍ଗଲାର ଜଲ" କବିତା ଶୁଣାଇଲା ବେଳେ ସମବେତ ବିରାଟ ଜନ ସମୂହ ଇଂରେଜ ମାନଙ୍କ ବିରୋଧରେ ସ୍ଲୋଗାନ ଦେବାରେ ଲାଗିଗଲେ ।
୧୯.୯.୧୭

No comments:
Post a Comment