Saturday, 9 September 2017

*ବ୍ୟକ୍ତି ଏକ - ଭାବ ଅନେକ*

    ସ୍ୱାମୀ ବିବେକାନନ୍ଦଙ୍କୁ ଜଣେ ବେଦାନ୍ତୀ ପଚାରିଲେ, "ପରମାତ୍ମା ତ ଜଣେ । ତାଙ୍କୁ ଅନେକ ନାମରେ ସମ୍ବୋଧିତ କରିବାଟା ମତିଭ୍ରମର ପରିଚାୟକ ନୁହେଁ କି ?

ସ୍ୱାମୀଜୀ ଉତ୍ତର ଦେଇ କହିଲେ, "ଭାଇ, ଆପଣ ତ ଜଣେ ବ୍ୟକ୍ତି । ଆପଣଙ୍କ ମାଆ ଆପଣଙ୍କୁ ପୁଅ ବୋଲି ଡାକେ ଓ ସେହି ଭାବରେ ସେ ଆପଣଙ୍କୁ ଦେଖେ । ପତ୍ନୀର ଭାବ ଅଲଗା । ପୁତ୍ର, ପିତା, ମିତ୍ର ସବୁ ଅଲଗା ଅଲଗା ଭାବରେ ଆପଣଙ୍କୁ ଦେଖନ୍ତି । ଆପଣଙ୍କ ଅନୁଯାୟୀ ମାନଙ୍କ ଭିତରୁ କିଏ ଆପଣଙ୍କୁ ବିଦ୍ୱାନ, କିଏ ଧର୍ମ ପ୍ରଚାରକ ତ ଆଉ କେହି କେହି ଅଲଗା ଅଲଗା ଢଙ୍ଗର ଭାବରେ ଦେଖନ୍ତି ।

ଯଦି ଶରୀରଧାରୀ ମନୁଷ୍ୟ ପ୍ରତି ଏତେ ପ୍ରକାରର ସମ୍ବୋଧନ ସତ୍ୟ ହୋଇପାରେ ତେବେ ଚେତନାରୂପୀ ପରମାତ୍ମାଙ୍କର ଅନେକ ନାମ ରୂପ ଥିବାରେ ଆପଣଙ୍କୁ କାହିଁକି ମତିଭ୍ରମ ବୋଲି ଦେଖାଯାଉଛି ?"

୯.୯.୧୭

No comments: