⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୧୪ତାରିଖ ସେପ୍ଟେମ୍ବର*
*୨୦୧୭ଗୁରୁବାର ଆଶ୍ବିନମାସ*
*କୃଷ୍ଣପକ୍ଷ ନବମୀ ତିଥି*,
*ମୃଗଶିରା+ଆର୍ଦ୍ରା , *ସୂର୍ଯ୍ୟ ଦକ୍ଷିଣାୟନ*
*ଶରତଋତୁ, ମିଥୁନ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦ସାହିତ୍ୟ ପ୍ରସାଦ💦*
ପାହିଲା ଅନ୍ଧାର ରଜନୀ ଉଠ ଉଠ ବାଳକେ
ନବୀନ ପ୍ରଭାତ ସମୟ ଏବେ ଗାଅ ପୁଲକେ
ଦଶ ଦିଶ ଦେଖ ଉଜ୍ବଳ ପାଇ ରବି କିରଣ
ଫୁଲ ଫୁଟିଅଛି କାନନେ ଧୀରେ ବହେ ପବନ
ଥିଲେ ଅଚେତନ ନିଦ୍ରାରେ ସର୍ବେ ଧରଣୀବାସୀ
କିମନ୍ତ୍ର ପଢ଼ିଲା ପ୍ରଭାତ କେଉଁ ଦେଶରୁ ଆସି
ନବ ପ୍ରାଣ ଲଭି କ୍ଷଣକେ ଜାଗି ଉଠିଲେ ସର୍ବେ
ଆକାଶ ପୃଥିବୀ ପୁରିଲା ମହା ଆନନ୍ଦ ରବେ
ବିହଙ୍ଗେ ଗାଇଲେ ସଙ୍ଗୀତ ଆହା କି ମନୋହର
ସେ ଗୀତ ଶ୍ରବଣେ ହୃଦୟ ନାଚିଉଠେ ମୋହର
ବିହଙ୍ଗ ସଙ୍ଗତେ ସରବେ ଗାଅ ଆନନ୍ଦ ମନେ
ହୃଦୟେ ସୁମରି ଜଗତ ପିତା ସୃଷ୍ଟି କାରଣେ
➖ *ଭକ୍ତକବି ମଧୁସୂଦନ ରାଓ*
~~~~~~~~~~~~~~~~~*
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔

No comments:
Post a Comment