Tuesday, 16 January 2018

*ଦସ୍ୟୁ ରତ୍ନାକରରୁ ମହର୍ଷି ବାଲ୍ମୀକି*

ସ୍ୱାମୀଜୀଙ୍କ ପରବର୍ତ୍ତୀ କଥନ.....

ତା'ପରେ ଦେବର୍ଷି ନାରଦ ସେହି ଦସ୍ୟୁ ଯୁବକକୁ ଈଶ୍ୱର ଉପାସନାର କିଛି ବିଧି ବତାଇଦେଇ ଚାଲିଗଲେ। ତାଙ୍କ ଉପଦେଶ ଦ୍ୱାରା ପ୍ରଭାବିତ ହୋଇ ଦସ୍ୟୁର ହୃଦୟ ମୋହଶୂନ୍ୟ ହୋଇଗଲା। ସେ ସର୍ବସ୍ବ ପରିତ୍ୟାଗ କରି ଘୋର ଜଙ୍ଗଲକୁ ସାଧନା କରିବା ପାଇଁ ଚାଲିଗଲା। ସେଠାରେ ସେ ଈଶ୍ୱର ଆରାଧନା ଓ ଧ୍ୟାନରେ ଏତେ ତଲ୍ଲୀନ ହୋଇଗଲା ଯେ ତା'ର ଆଉ ଦେହ ଜ୍ଞାନ ରହିଲା ନାହିଁ। ପରିସ୍ଥିତି ଏପରି ହେଲା ଯେ ଉଇମାନେ ତା ଦେହ ଉପରେ ହୁଙ୍କା(ବାଲ୍ମୀକି)କରିଦେଲେ। ଅନେକ ବର୍ଷ ବ୍ୟତୀତ ହୋଇଯିବା ପରେ ଦିନେ ଦସ୍ୟୁକୁ ଗମ୍ଭୀର ଧ୍ୱନି ଶୁଣିବାକୁ ମିଳିଲା, "ଉଠନ୍ତୁ ମହର୍ଷି ! ଉଠନ୍ତୁ।"

ସେ ଆଶ୍ଚର୍ଯ୍ୟ ଚକିତ ହୋଇ କହିଲା,

"ମହର୍ଷି ! ନା, ମୁଁ ଏକ ଅଧମ ଦସ୍ୟୁ।"

ପୁଣି ଥରେ ଏହିପରି ଗୁରୁଗମ୍ଭୀର ବାଣୀ ଶୁଣିବାକୁ ମିଳିଲା,

"ଏବେ ତୁମେ ଆଉ ଦସ୍ୟୁ ହୋଇ ରହି ନାହଁ। ଏବେ ତୁମ ହୃଦୟ ପବିତ୍ର ହୋଇଯାଇଛି। ତୁମେ ଏବେ ତପୋପୂତ ମହର୍ଷି ହୋଇଯାଇଛ।

ତୁମର ସମାଧି ଏତେ ଗଭୀର ଥିଲା ଯେ,

ତୁମେ ଈଶ୍ୱରଙ୍କ ଧ୍ୟାନରେ ଏତେ ଏକାଗ୍ରଚିତ୍ତ ହୋଇଯାଇଥିଲ ଯେ,

ତୁମ ଦେହ ଚାରିପଟେ ଉଇମାନେ ହୁଙ୍କା(ବାଲ୍ମୀକି)କରିଦେଲେ, ଏହାର ସାମାନ୍ୟ ଜ୍ଞାନ ତୁମକୁ ହେଲା ନାହିଁ।

ଏଥିପାଇଁ ଆଜିଠାରୁ ତୁମେ ବାଲ୍ମୀକି(ଉଇ ହୁଙ୍କା) ନାମରେ ପ୍ରସିଦ୍ଧ ହେବ।"

ଏହିପରି ସେ ଦସ୍ୟୁ ଧ୍ୟାନ ଓ ତପସ୍ୟା ଦ୍ୱାରା ଦିନେ ସିଦ୍ଧିଲାଭ କଲେ ଓ ମହର୍ଷି ବାଲ୍ମୀକି ନାମରେ ବିଖ୍ୟାତ ହେଲେ।

କ୍ରମଶଃ.....

୧୬. ୧. ୧୮

No comments: