ନିଜ ଅସ୍ତ୍ରରେ କଳଙ୍କି ଲାଗିଯାଇଥିଲେ ତାକୁ ଦୂର କରିବାକୁ ପଡ଼ିବ। ବିଘଟନକାରୀ ଶକ୍ତିକୁ ଚିହ୍ନିବାକୁ ପଡ଼ିବ। ସେମାନଙ୍କ ଦୂରଭିସନ୍ଧିକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ପଡ଼ିବ। ଚୋର ଓ ସାଧୁ ଉଭୟଙ୍କୁ ଭଲ କହି ଜଣେ ଭଲ ସାହିତ୍ୟିକ ହୋଇ ପାରିବ ନାହିଁ।
ବ୍ୟାସଙ୍କ ଆସନରେ ବସି ସତ୍ୟକୁ ସ୍ପଷ୍ଟଭାବେ କହିବାକୁ ପଡ଼ିବ। ଅନ୍ୟର ଦୋଷ ବଖାଣିବା ପୂର୍ବରୁ ପ୍ରଥମେ ନିଜକୁ ନିର୍ଦୋଷ କରିବାକୁ ପଡ଼ିବ।
ନିଜ ଦେଶ ପ୍ରତି ଗୌରବ, ନିଜ ଦେଶ ପ୍ରତି ପ୍ରେମ ଜଗାଇବା ବିନା ଦେଶକୁ ଅବକ୍ଷୟରୁ କିପରି ବଞ୍ଚାଇ ହେବ ?
ଯିଏ ଶବ୍ଦ ସାଧକ ସେ ମଧ୍ୟ ଦେଶର ଜଣେ ନାଗରିକ।
ତେଣୁ ଶବ୍ଦ ସାଧନା ସହ ନାଗରିକର କର୍ମ ମିଶିଲେ ତାହା କର୍ମ ସମର୍ଥିତ ଶବ୍ଦ ହେବ। ଆଜି ଦେଶରେ ଏହାର ଘୋର ଅଭାବ ଦେଖା ଦେଇଛି। କର୍ମବୀର ହୋଇ ଶବ୍ଦ ସାଧନା କଲେ ଶବ୍ଦଗୁଡ଼ିକ ପ୍ରାଣବନ୍ତ ହୋଇଯିବ।
ସାହିତ୍ୟକୁ ଭଗବାନ ସୂର୍ଯ୍ୟଙ୍କ ସହ ତୁଳନା କରାଯାଏ। ସୂର୍ଯ୍ୟଙ୍କ ମହତ୍ତ୍ୱ କେବଳ ପ୍ରକାଶ ପାଇଁ ନୁହେଁ ବରଂ ତାଙ୍କର ତାପ, ତେଜ ଓ ସୌର ଶକ୍ତି ପାଇଁ। ତାପମୟ, ତେଜୋଦୀପ୍ତ, ଉର୍ଜସ୍ୱିତ ତଥା ଆଲୋକଧର୍ମୀ ହୋଇ ସାହିତ୍ୟରେ ସୂର୍ଯ୍ୟତାକୁ ସିଦ୍ଧ କରିବାକୁ ହେବ।
ସୂର୍ଯ୍ୟ ଆମର ସବୁଠୁ ବଡ଼ ନିଷ୍କାମ ସେବକ ଅଟନ୍ତି। କବାଟ ଖୋଲିବା ମାତ୍ରେ ବିନା ପଇସା ବିନା ଆଦର ଅଭ୍ୟର୍ଥନାରେ ସେ ଆମ ଘରେ ପ୍ରବେଶ କରିଥାନ୍ତି।
ଆମେ କଣ ସାହିତ୍ୟକୁ ସୂର୍ଯ୍ୟଙ୍କ ଭଳି ଲୋକସେବକର ରୂପ ଦେବାକୁ ପ୍ରସ୍ତୁତ ଅଛନ୍ତି ? ଅବକ୍ଷୟ କାଳରେ ଆମକୁ ଏହି ଆହ୍ୱାନକୁ ସ୍ୱୀକାର କରିବାକୁ ପଡ଼ିବ।
ଆମକୁ ସ୍ଥିର କରିବାକୁ ହେବ ବିଳାସୀମାନଙ୍କର ମନୋରଞ୍ଜନ ପାଇଁ ଆମେ ଲେଖିବା ନା ଆମର ଏହି ବିଶାଳ ଦେଶରେ ଲୋକମାନଙ୍କ ମନରେ ଥିବା ବିଶୃଙ୍ଖଳିତଭାବ ଓ ବର୍ତ୍ତମାନ ପ୍ରତି ଥିବା ବିଦ୍ରୋହଭାବକୁ ଦୂରକରି ଭବ୍ୟ ଭାରତର ନିର୍ମାଣ ପାଇଁ ତାଙ୍କ ଭିତରେ ଶ୍ରମଶୀଳ କ୍ଷୁଧା ଜଗାଇବା ପାଇଁ ଲେଖିବା।
ଆମକୁ ଖୋଜିବାକୁ ହେବ ବ୍ୟକ୍ତିପାଇଁ ଓ ରାଷ୍ଟ୍ରପାଇଁ ଭଲ ଜୀବନ, ଆନନ୍ଦମୟ ଜୀବନ।
୮. ୧. ୧୮

No comments:
Post a Comment