ଏହା ହେଉଛି ଭାରତର ମହାନ ଆଦିକାବ୍ୟ। ରାମ ଓ ସୀତା ଭାରତର ଆଦର୍ଶ। ସମସ୍ତ ବାଳକ-ବାଳିକା, ବିଶେଷତଃ କୁମାରୀମାନେ ସୀତାଙ୍କୁ ପୂଜା କରିଥାନ୍ତି। ଭାରତୀୟ ନାରୀର ଉଚ୍ଚତମ ମହତ୍ତ୍ଵାକାଂକ୍ଷା ଥାଏ ଯେ ସେ କିପରି ସୀତାଙ୍କ ପରି ଶୁଦ୍ଧ, ପତିପରାୟଣା ଓ ସର୍ବସହିଷ୍ଣୁ ହେବ। ଏହି ମହାନ ପୁରୁଷମାନଙ୍କ ଚରିତ୍ର ପଢ଼ିଲେ ଆପଣମାନଙ୍କୁ ସହଜରେ ବୋଧ ହେବ ଯେ ଭାରତୀୟ ଓ ପାଶ୍ଚାତ୍ୟ ଆଦର୍ଶ ଭିତରେ କେତେ ବଡ଼ ଅନ୍ତର ରହିଛି ।
ଭାରତୀୟ ରାଷ୍ଟ୍ର ଓ ଭାରତୀୟ ସମାଜ ପାଇଁ ସୀତା ସହିଷ୍ଣୁତାର ଉଚ୍ଚତମ ଆଦର୍ଶ ରୂପେ ଦଣ୍ଡାୟମାନ।
ପଶ୍ଚିମ କହେ, "କର୍ମ କର - କର୍ମ ଦ୍ଵାରା ନିଜ ଶକ୍ତି ଦେଖାଅ।" ଭାରତ କହେ, "ସହିଷ୍ଣୁତା ଦ୍ୱାରା ନିଜ ଶକ୍ତି ଦେଖାଅ - ଦୁଃଖ-କଷ୍ଟକୁ ସହିବା ଶିଖ।"
ମନୁଷ୍ୟ କେତେ ଅଧିକ ଭୌତିକ ପଦାର୍ଥ ଓ ବିଷୟର ପ୍ରଭୁ ହୋଇ ପାରିବ, ଏ ସମସ୍ୟାର ସମାଧାନ ପଶ୍ଚିମ କରେ।
କିନ୍ତୁ ମନୁଷ୍ୟର କେତେ ତ୍ୟାଗ କରିବାର କ୍ଷମତା ଅଛି - ଏ ପ୍ରଶ୍ନର ସମାଧାନ ଭାରତ କରେ।
ଆପଣମାନେ ଦେଖୁଛନ୍ତି - ଦୁଇଟିଯାକ ଆଦର୍ଶ ପରସ୍ପର ବିରୋଧୀଭାବର ଚରମ ସୀମା ଅଟେ। ସୀତା ଭାରତର ଆଦର୍ଶ - ଭାରତୀୟ ଭାବର ପ୍ରତିନିଧି ତଥା ସାକ୍ଷାତ ଭାରତ ମାତା ଅଟନ୍ତି।
କ୍ରମଶଃ....
୩୦. ୧. ୧୮

No comments:
Post a Comment