Friday, 12 January 2018

*ସ୍ୱାମୀଜୀଙ୍କ ଭାଷଣ*

୧୯୦୦ ମସିହା ଜାନୁଆରୀ ମାସ ୩୧ ତାରିଖ ଦିନ କାଲିଫର୍ଣ୍ଣିଆର ପୈସାଡେନା ନାମକ ସ୍ଥାନରେ ସେକ୍ସପିଅର ସଭାଗୃହରେ ସ୍ୱାମୀ ବିବେକାନନ୍ଦଙ୍କ ଭାଷଣ-

ଶହ ଶହ କାବ୍ୟ ରତ୍ନରେ ପୂରିଛି ଭାରତର କାବ୍ୟ ଭଣ୍ଡାର। କିନ୍ତୁ ତନ୍ମଧ୍ୟରୁ ଦୁଇଟି ମହାକାବ୍ୟ ଅତି ପ୍ରାଚୀନ। ଯଦିଓ ଦୁଇ ହଜାର ବର୍ଷ ହେଲା ସଂସ୍କୃତ ଭାଷା କଥିତ ଭାଷା ରୂପେ ବ୍ୟବହାର ହେଉ ନାହିଁ, ତଥାପି ସଂସ୍କୃତ ସାହିତ୍ୟର ସରିତା ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ପ୍ରବାହିତ ହେଉଅଛି। ମୁଁ ଆଜି ସେହି ଦୁଇଟି ପ୍ରାଚୀନ ମହାକାବ୍ୟ - ରାମାୟଣ ଓ ମହାଭାରତ ସମ୍ବନ୍ଧରେ ମୋର ବିଚାର ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବି।

ଏହି ଦୁଇଟି ମହାକାବ୍ୟରେ ପ୍ରାଚୀନ ଆର୍ଯ୍ୟାବର୍ତ୍ତର ସଭ୍ୟତା, ସଂସ୍କୃତି, ସେତେବେଳର ଆଚାର-ବିଚାର ଏବଂ ସାମାଜିକ ବ୍ୟବସ୍ଥା ଲିପିବଦ୍ଧ ହୋଇ ରହିଛି। ଏହି ଦୁଇ ମହାକାବ୍ୟ ମଧ୍ୟରୁ ଅତ୍ୟନ୍ତ ପ୍ରାଚୀନତମ ହେଲା ରାମାୟଣ, ଯେଉଁଥିରେ ରାମଙ୍କ ଜୀବନର କାହାଣୀ କୁହାଯାଇଛି। ରାମାୟଣ ପୂର୍ବରୁ ସଂସ୍କୃତରେ କାବ୍ୟର ଅଭାବ ନ ଥିଲା। ଭାରତର ପବିତ୍ର ଧର୍ମଗ୍ରନ୍ଥ ବେଦ, ଯାହାର ଅଧିକାଂଶ ଋଚା ପଦ୍ୟମୟ ଅଟେ। କିନ୍ତୁ ସର୍ବସମ୍ମତି କ୍ରମେ ଭାରତବର୍ଷରେ ରାମାୟଣ ହେଉଛି ଆଦିକାବ୍ୟ।

ଏହି ଆଦିକାବ୍ୟର ପ୍ରଣେତା ହେଲେ ଆଦିକବି ମହର୍ଷି ବାଲ୍ମୀକି। କାଳାନ୍ତରରେ ଅନେକ କାବ୍ୟମୟ ଆଖ୍ୟାୟିକାଙ୍କ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ମହାକବିଙ୍କ ନାମ ବଦଳରେ ନିଜର ନାଁ ପ୍ରଚଳିତ କରିବାର ଅପଚେଷ୍ଟା ଆରମ୍ଭ ହୋଇଯାଇଥିଲା। ପରନ୍ତୁ ସବୁ ଆକ୍ଷେପ ପ୍ରତିଆକ୍ଷେପ ପରେ ଆଦିକବି ମହର୍ଷି ବାଲ୍ମୀକିଙ୍କ ରାମାୟଣ ଆମକୁ ଅତ୍ୟନ୍ତ ସୁଗ୍ରଥିତ ରୂପେ ପ୍ରାପ୍ତ ହୋଇଛି ଯାହା ବିଶ୍ୱ ସାହିତ୍ୟରେ ଅଦ୍ୱିତୀୟ ।

କ୍ରମଶଃ....

୧୨. ୧. ୧୮

No comments: