Friday, 19 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ ଶୁକ୍ଳପକ୍ଷ, ଦ୍ବିତୀୟା ତିଥି*
        *ମକର ୦୬ ଦିନ, ଧନିଷ୍ଠା ନକ୍ଷତ୍ର*
          *ମକର ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୧୯ ତାରିଖ*
             🌾 *ଶୁ  କ୍ର ବା   ର* 🌾⛳ 
        🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []
                ଲେଖନୀ ମୁନରୁ ମସି ଯାଏ ଶୁଖି
         ସ୍ପନ୍ଦନ ହୀନ ପ୍ରାଣ
          ସମାଜ ସମୀପେ କାକୁତି ମିନତି
      ସବୁଖାଲି ଅକାରଣ

      ସମାଜ ଜୀବନ କଳୁଷିତ ଅତି
          ରୂପହୀନ ତାର ରୂପ
     ବହନ କରିଛି କନ୍ଯା ପିତାର
          ବ୍ଯଥା ଅଶ୍ରୁ ଅଭିଶାପ!

        ଏପରି ସମାଜ ମେରୁଦଣ୍ଡେ ପଡୁ
        ଅଦିନ ଅଶନି ବାଣ
     ସକଳ ସନ୍ତାପ ଦୁଃଖ ଦୁର୍ଦ୍ଦଶାର
        ହେଉ ଚିର ଅବସାନ!

  ପବିତ୍ର ବିବାହ ହେଉ,  କାହିଁ ନୋହୁ
         ଯୁବ ବିକ୍ରି କାରବାର 
    ଦାୟ ଗ୍ରସ୍ତ ପିତା ତପତ ନିଃଶ୍ବାସେ
        ନୋହୁ ଦେଶ ଛାରଖାର

               _*କବି ବିଦ୍ୟୁତ୍ ପ୍ରଭା*_
🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: