ସ୍ୱାମୀଜୀଙ୍କ ଭାଷଣର ପରବର୍ତ୍ତୀ ଅଂଶ...
ଆତ୍ମୀୟ ସ୍ୱଜନଙ୍କ ଠାରୁ ନକାରାନ୍ତ ସ୍ୱର ଶୁଣି ସେ (ଦସ୍ୟୁ) ଚିନ୍ତାମଗ୍ନ ହେଲା। ଅନ୍ୟ କିଛି ଉପାୟ ନ ପାଇ ସେ ଯାଇ ଯାଇ ସେଇଠି ପହଞ୍ଚିଲା ଯେଉଁଠ ଦେବର୍ଷିଙ୍କୁ ବାନ୍ଧି ପକାଇ ଥିଲା। ସେ ଦେବର୍ଷିଙ୍କୁ ସେହି ଗଛରୁ ଫିଟାଇଲା ଓ ତାଙ୍କ ଚରଣ ତଳେ ବସି ପଡ଼ି ତା ଜୀବନର ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କାହାଣୀ କହି ଚାଲିଲା। ତା'ପରେ ସେ କହିଲା, "ପ୍ରଭୁ ମୋର ରକ୍ଷା କରନ୍ତୁ। ମୋତେ ସତ୍ ମାର୍ଗ ଦେଖାନ୍ତୁ।"
ସେତେବେଳେ ମହର୍ଷି ନାରଦ ତାଙ୍କୁ ସ୍ନେହପୂର୍ଣ୍ଣ ବାଣୀରେ ଉପଦେଶ ଦେଲେ, "ବତ୍ସ ! ଏହି ପାପପୂର୍ଣ୍ଣ ଦୁଃପ୍ରବୃତ୍ତି ପରିତ୍ୟାଗ କରିଦିଅ। ତୁମେ ପରୀକ୍ଷା କରିନେଲ ଯେ, ତୁମ ସ୍ୱଜନ ମାନଙ୍କର ଯଥାର୍ଥରେ ତୁମ ପ୍ରତି ସ୍ନେହ ନାହିଁ, ପ୍ରେମ ନାହିଁ। ଏଥିପାଇଁ ଏହି ମୋହପୂର୍ଣ୍ଣ ଭ୍ରାନ୍ତିର ତ୍ୟାଗ କରିଦିଅ। ତୁମର ପରିବାରଜନ ତୁମର ଐଶ୍ୱର୍ଯ୍ୟ ଥିଲାବେଳେ ତୁମ ସହ ରହିବେ; କିନ୍ତୁ ଯେଉଁ କ୍ଷଣ ତାଙ୍କୁ ଜଣା ପଡ଼ିବ ଯେ ତୁମେ ଦରିଦ୍ର ହୋଇଗଲ, ସେହି କ୍ଷଣରେ ସେମାନେ ତୁମକୁ ଓ ତୁମ ଦୁଃଖକୁ ଏକା ଛାଡ଼ି ଚାଲିଯିବେ। ସଂସାରରେ ପାପ ଓ ଦୁଃଖର ଭାଗୀ ତ ଅନେକ ହୁଅନ୍ତି; କିନ୍ତୁ ଦୁଃଖ ଓ ପାପର ସାଥୀ କେହି ହେବାକୁ ଚାହାନ୍ତି ନାହିଁ। ତେଣୁ ତୁମେ ସେହି ଦୟାନିଧି ପରମେଶ୍ୱରଙ୍କୁ ଉପାସନା କର, ଯିଏ ସୁଖ-ଦୁଃଖ, ପାପ-ପୁଣ୍ୟ ସବୁ ଅବସ୍ଥାରେ ତୁମର ସାଥୀ ହେବେ ତୁମର ରକ୍ଷା କରିବେ। ସେ କେବେ ତୁମକୁ ପରିତ୍ୟାଗ କରିବେ ନାହିଁ; କାରଣ ତାଙ୍କର ସ୍ନେହ ଯଥାର୍ଥ ଓ ନିଷ୍କାମ ଅଟେ। ଏହି ଯଥାର୍ଥ ଓ ନିଷ୍କାମ ପ୍ରେମ କେବେ ବେପାର ସୂତ୍ରରେ ହୋଇ ନ ଥାଏ। ଏହା ବେପାରରୁ ସ୍ୱାର୍ଥପରତାରୁ କୋଷେ ଦୂରରେ ରହିଥାଏ ଓ ଆତ୍ମାକୁ ଉନ୍ନତ କରିଥାଏ।"
କ୍ରମଶଃ......
୧୫. ୧. ୧୮

No comments:
Post a Comment