Monday, 22 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ ଶୁକ୍ଳପକ୍ଷ, ପଞ୍ଚମୀ ତିଥି*
        *ମକର୦୯ଦିନ,ପୂର୍ବଭଦ୍ରାନକ୍ଷତ୍ର*
          *ମୀନ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୨୨ ତାରିଖ*
             🌾 *ସୋ ମ  ବା   ର* 🌾⛳ 
         ➖ *ମାଆ ସରସ୍ଵତୀଙ୍କ ପୂଜନୋତ୍ସବ*➖
        🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []
   ମାଆ ସରସ୍ବତୀ ସାତ୍ତ୍ଵିକତାର ପ୍ରତୀକ, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ!  ସେ ସଦ୍ଯ ପ୍ରସ୍ଫୁଟିତ ପଦ୍ମଫୁଲରେ ଆସୀନା!  ଆମର ହୃଦୟ କମଳ ସେମିତି ଉନ୍ମୋଚିତ ହେଉ ପଦ୍ମ ପରି ସୌନ୍ଦର୍ଯ୍ୟ ସୁବାସ ବିକିରଣ କରୁ ପ୍ରସନ୍ନ ରହୁ! ସେ ଶ୍ୱେତବସ୍ତ୍ର ପରିଧାନ କରନ୍ତି ଆମର ଜୀବନମଧ୍ଯ ସ୍ବଚ୍ଛତା ଶୁଦ୍ଧତାରେ ଅଧିକୃତ ହେଉ, ସେ ସ୍ଫଟିକମାଳା ଧାରଣ କରନ୍ତି ଆମର ବିଚାର ମଧ୍ଯ ପାରଦର୍ଶିତା ଲାଭକରୁ ବ୍ଯବହାର ନିଷ୍କପଟ ହେଉ!  ମାଆ ଶ୍ବେତ ହଂସବାହନା, ଆମ ବୁଦ୍ଧି ସେମିତି କ୍ଷୀରନୀର ସଦାସଦ୍ ବିବେକ ସମ୍ପନ୍ନା ହେଉ!
   ମାଆ ବୀଣା ପୁସ୍ତକ ଧାରିଣୀ, ଆମ ଜୀବନରେ ବିଦ୍ଯା ପ୍ରତିଷ୍ଠାଲାଭ କରୁ ଗୁରୁ - ବଚନ-ବିଚାର-ବ୍ଯବହାରରେ ଆମର ସଂଗତି ସଂହତି ବା ତାଳମେଳ ରହୁ ଜୀବନ ହୋଇଉଠୁ ସୌନ୍ଦର୍ଯ୍ୟମୟ ସଂଗୀତମୟ!  ମାଆ ସରସ୍ଵତୀଙ୍କୁ କବିକୁଳର ଜନନୀ କୁହାଯାଏ, ଆମ ମଧ୍ୟରେ ସୃଜନାତ୍ମକ ଶକ୍ତିର ଅଭ୍ୟୁଦୟ ଘଟୁ.. ଶ୍ରୀ ମାନେ ଶୋଭା ଶ୍ରୀ ମାନେ ଐଶ୍ୱର୍ଯ୍ୟ, ଆମ ସମସ୍ତଙ୍କ ଜୀବନ ବିଦ୍ୟାବୁଦ୍ଧିବିଚାରର ଶ୍ରୀ ବା ଶୀରି ବିମଣ୍ଡିତ ହେଉ ଏତିକି ମାଆ ସାରଦାଙ୍କ ଚରଣରେ ପ୍ରାର୍ଥନା!
   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
          *ବନ୍ଦେ ବାଗ୍ବାଦିନୀ ବୀଣାପାଣି*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
      ➖   *ଶ୍ରୀପଞ୍ଚମୀର ସାତ୍ତ୍ଵିକ ଶୁଭେଚ୍ଛା*➖
         
  🐌🌿🍁🐌🐇💐🐌🐚🐌

No comments: