ସାଟେନିକ ଭର୍ସେସ୍ ନାମକ ଏକ ପୁସ୍ତକ ବିଶ୍ୱରେ ସବୁଠୁ ପ୍ରଥମେ ଭାରତରେ ପ୍ରତିବନ୍ଧିତ ହେଲା। ଯେଉଁ ସୟଦ ଶାହାବୁଦ୍ଦିନ ଏହି ଦାବୀ ଉଠାଇ ସଫଳ ହେଲେ ସେ କେବେ ସେ ପୁସ୍ତକ ଦେଖି ନ ଥିଲେ। ପଢ଼ିବା ତ ଦୂରର କଥା। ସେ କହିଲେ ପଢ଼ିବା କିଛି ଦରକାର ନାହିଁ । ପ୍ରଥମେ ଏହାକୁ ପ୍ରତିବନ୍ଧିତ କର। କାରଣ ଏହା ଆୟାତୁଲ୍ଲାଙ୍କ ଆଦେଶ।
ଏହାର ଅର୍ଥ ହେଲା ତୁମେ ତାଙ୍କର ପ୍ରଶଂସା ଯେତେ କରିପାରିବ, କିନ୍ତୁ ତାଙ୍କ ଭୁଲର କିଛି ଆଲୋଚନା କରିପାରିବ ନାହିଁ।
ଏହାକୁ ଆମ ବୁଦ୍ଧିଜୀବୀ ମଥା ପାତି ମାନିନେଲେ।
କିନ୍ତୁ ଏମାନେ ସେଇ ବୁଦ୍ଧିଜୀବୀ, ଯେତେବେଳେ ହିନ୍ଦୁ ବିଷୟ, ପରମ୍ପରାର କେହି ପ୍ରଶଂସା କରେ ଏମାନଙ୍କୁ ବଦ ହଜମି ବେମାର ବାହାରେ। ସରସ୍ୱତୀ ବନ୍ଦନା ଓ ବନ୍ଦେ ମାତରମ୍ ଗାଇବାକୁ ଯଦି କେହି ଉଲେମା ବିରୋଧ କରେ ଏମାନେ ତାକୁ ସମର୍ଥନ କରିବାକୁ ଦୌଡ଼ିିଯାନ୍ତି। ଦେଶର ପବିତ୍ର ସାଂସ୍କୃତିକ ପରମ୍ପରା, ମହାନ ହିନ୍ଦୁ ଗ୍ରନ୍ଥରାଜିର ପ୍ରଶଂସା ଯଦି କେହି କରିବାକୁ ବାହାରେ ତେବେ ଏମାନେ କହନ୍ତି ତୁମେ ସବୁ ହିନ୍ଦୁବାଦୀଙ୍କ ଏଜେଣ୍ଟ। ତେଣୁ ବି. ଏସ. ନାୟପାଲଙ୍କ ଭଳି ବିଦ୍ୱାନ ଏମାନଙ୍କୁ ଆଣ୍ଟି ମୁସଲିମ ଭଳି ଦେଖାଯାନ୍ତି।
ଜରୁରୀ ପରିସ୍ଥିତି ସମୟରେ ସିନା ସଞ୍ଜୟ ଗାନ୍ଧୀ କ୍ଷମତାର କେନ୍ଦ୍ର ଥିଲେ, କିନ୍ତୁ ଏବେ ଏମାନଙ୍କ ଉତ୍ତରାଧିକାରୀମାନେ ବିଭିନ୍ନ ପଦ ପଦବୀରେ ଥାଇ କୌଣସି ଯୋଗ୍ୟ ଅଯୋଗ୍ୟ ବିଚାର ନ କରି କେବଳ ତାଙ୍କ ଲୋକଙ୍କୁ ହିଁ ପୁରସ୍କୃତ କରନ୍ତି।
୨. ୧. ୧୮

No comments:
Post a Comment