Thursday, 11 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ କୃଷ୍ଣପକ୍ଷ, ଦଶମୀ ତିଥି*
        *ଧନୁ ୨୬ ଦିନ,ବିଶାଖା ନକ୍ଷତ୍ର*
          *ତୁଳା ଚନ୍ଦ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୧୧ ତାରିଖ*
             🌾 *ଗୁ  ରୁ  ବା   ର* 🌾⛳ 
    🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] [] 🌾

  ପଢ଼ିି ଯା ତେଜସ୍ବୀ ବାଣୀ ଲେଖନୀ ନିସୃତ
   ଦୁଃଖିନୀ ଜୀବନ କ୍ଳେଶ ହୁଅଇ ବିସ୍ମୁତ
        ନିରାଶର ମୁଖେ ଫୁଟେ ହାସ
      *ସେ କବି କି କରିପାରେ ନିଶାପୁରେ ବାସ?*

     ଗଳ୍ପ କି ପ୍ରବନ୍ଧ ଯାର ପାଠକଟା ବାରମ୍ବାର
        ପଢ଼ି ପାଏ ବଞ୍ଚିବାର ରାହା
      ସେ ଯଦି ମାଉଁସ ଖିଆ
       ନିପଟ ସୋମରସିଆ
  କେଉଁ ଭାବେ ଜଣାଇବା କାହାକୁ ବା ଆହା ?

  ଶୁଣ ହେ ସାହିତ୍ୟ ରଥୀ
   ଭାଷାର ପୂଜକ ସାଥୀ
         ତୁମ ଶବ୍ଦେ  ଡରୁଛି ବ୍ରାହ୍ମଣ
         ନିୟନ୍ତ୍ରିତ ଶାସକ ଶାସନ
           ବିଶ୍ବର କଲ୍ୟାଣ ପାଇଁ
           ନିଃସ୍ବର ମଙ୍ଗଳ ପାଇଁ
        ଈଶ୍ବର କରୁଣା ପାଇଁ ତେଜ
            ମାଂସ ମଦ୍ଯ ଆଜ ଭାଇ
    ନ ହେଲେ ତୋ ରଚନା ବି ହେବ ବାଟବଣା
           ଯେତେ ତୋ ପ୍ରୀତିଦ ଗୀତି
            ପ୍ରିୟାପ୍ରୀତି ବୋଲାଇବ  
        ଜାଲିଆତି ତୁଚ୍ଛ ପ୍ରବଞ୍ଚନା
           *ସ୍ରଷ୍ଟା ନାମେ ରଟିବ ଲାଞ୍ଛନା*❗❗
                     ---ସ୍ଵାମିଶ୍ରୀ--
       🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: