Wednesday, 10 January 2018

*ଆମେ ଚଳାଉଛୁ ଦେଶ ଆମରି ? *

ଯଦି

ସବୁ ମୁସଲିମ ଦେଶ ବୈଧାନିକ ସ୍ତରରେ ଇସ୍ଲାମର ସଂରକ୍ଷଣ କରନ୍ତି, 
ସବୁ ବୌଦ୍ଧ ଦେଶ ବୈଧାନିକ ସ୍ତରରେ ବୌଦ୍ଧ ଧର୍ମର ସଂରକ୍ଷଣ କରନ୍ତି,
ସବୁ ଖ୍ରୀଷ୍ଟିଆନ ଦେଶ ବୈଧାନିକ ସ୍ତରରେ ଖ୍ରୀଷ୍ଟିଆନ ଧର୍ମର ସଂରକ୍ଷଣ କରନ୍ତି,
ବ୍ରିଟେନର 'କ୍ରାଉଁନ' ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନମାନଙ୍କର ବୈଧାନିକ ରକ୍ଷକ ଅଟେ,
ଜର୍ମାନୀ ଓ ଫ୍ରାନ୍ସର ରାଷ୍ଟ୍ରାଧ୍ୟକ୍ଷ ତଥା ଇଟାଲୀର ରାଷ୍ଟ୍ରାଧ୍ୟକ୍ଷ କ୍ୟାଥଲିକ ଖ୍ରୀଷ୍ଟମତର ବୈଧାନିକ ସଂରକ୍ଷକ ଅଟନ୍ତି,
ଆମେରିକାର ରାଷ୍ଟ୍ରପତି ଖ୍ରୀଷ୍ଟମତର ବୈଧାନିକ ସଂରକ୍ଷକ ଅଟନ୍ତି;

ତେବେ

ହିନ୍ଦୁବହୁଳ ଦେଶ ଭାରତରେ ଭାରତୀୟ ସମ୍ବିଧାନ ଦ୍ୱାରା ହିନ୍ଦୁତ୍ୱକୁ ବୈଧାନିକ ସଂରକ୍ଷଣ ଦିଆଗଲା ନାହିଁ କାହିଁକି ?

ଯଦି

ୟୁରୋପ ଓ ଆମେରିକାର ନ୍ୟାୟାଧୀଶଙ୍କ ଚୟନ
ଯେଉଁ ସମିତି ଦ୍ୱାରା ହୁଏ ସେଥିରେ ଖ୍ରୀଷ୍ଟମତର ମୁଖ୍ୟଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହେ

କିନ୍ତୁ

ଭାରତରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶଙ୍କ ଚୟନ ପାଇଁ ଅଧିକୃତ ସମିତିିରେ ହିନ୍ଦୁ ଧର୍ମାଚାର୍ଯ୍ୟଙ୍କୁ ରଖିବାର ବ୍ୟବସ୍ଥା ରଖାଗଲା ନାହିଁ କାହିଁକି ??

ଯଦି

ୟୁରୋପ ଓ ଆମେରିକାର ପ୍ରତ୍ୟେକ ନ୍ୟାୟାଧୀଶ ଖ୍ରୀଷ୍ଟ ନିୟମ ଓ ଶାସ୍ତ୍ରର ଜ୍ଞାନ ରଖିବାକୁ ବାଧ୍ୟ

ତେବେ

ଭାରତର ନ୍ୟାୟାଧୀଶ ହିନ୍ଦୁ ନିୟମ ଓ ହିନ୍ଦୁ ଧର୍ମଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ ରଖିବାକୁ ବାଧ୍ୟ ନୁହଁନ୍ତି କାହିଁକି ???

ଏହି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇବା କଣ ଆମ ଅଭିବ୍ୟକ୍ତିର ସ୍ୱାଧୀନତା ଭିତରେ ଆସୁ ନାହିଁ କି ????

ଇନଟଲରେନ୍ସ ଶବ୍ଦ ପ୍ରୟୋଗ କରି ଆୱାର୍ଡ ଫେରେଇବା ପାଇଁ ଧମକଦେଉଥିବା ମାନ୍ୟବର ସାହିତ୍ୟିକଗଣ ଏମିତିକା ସ୍ୱାଧୀନତାର କଥା କେବେ କହିଛନ୍ତି କି ????

କେତେଦିନ ସାଧାରଣ ଲୋକର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଏ ବୌଦ୍ଧିକ ଜଗତ ଡରେଇ ଧମକାଇ ଚାପି ଦେଇ ପାରିବ ?

ଆମେର ପରିଭାଷା କଣ ଏ ବୌଦ୍ଧିକ ଜଗତ ଟିକେ ଆମକୁ ସ୍ପଷ୍ଟ କରିବା ହୁଅନ୍ତୁ।

(ଯାହା ଭାରତ ବିରୋଧୀ ସେଇ ସବୁ ବୋଧ ହୁଏ ଆମେ ଶବ୍ଦର ଅର୍ଥ ?)

୧୦. ୧. ୧୮

No comments: