Tuesday, 9 January 2018

*ସମ୍ବିଧାନ, ଆକାଂକ୍ଷା ଓ ବ୍ୟବହାର*

ଏଥିରେ କୁହାଯାଇଛି ଆମେ ଭାରତର ଲୋକ ଏହି ସମ୍ବିଧାନ ନିଜକୁ ଆତ୍ମାର୍ପିତ କରୁଛନ୍ତି। ଏହା ଏକ ସୁନ୍ଦର କଥା ପରନ୍ତୁ ଏହା ସତ୍ୟ ନୁହେଁ ଯେ ଭାରତର ଲୋକଙ୍କୁ ଏହାର ଅର୍ଥକୁ ବିସ୍ତାରିତ ଭାବେ କେବେ ବୁଝାଯାଇଛି। ଏହା ମାନି ନିଆଯାଇଛି ଓ ଏହା ମଧ୍ୟ ସତ୍ୟ ଯେ ଯେଉଁମାନେ ସମ୍ବିଧାନ ତିଆରି କରୁଥିଲେ ସେମାନେ ସବୁ ଖାଣ୍ଟି ଦେଶଭକ୍ତ ଥିଲେ। ତେଣୁ ସେମାନେ ଯାହା କରିଥିବେ ସବୁ ଦେଶ ହିତ ପାଇଁ କରିଥିବେ। ଏହା କେବଳ କିଛି ଦେଶଭକ୍ତଙ୍କର କାମ ନା ଏହା ପାଇଁ ଅଧିକ କିଛି ଆବଶ୍ୟକ ଥିଲା ?

ରାଜ୍ୟରେ କଣ ହେବାକୁ ଯାଉଛି ରାଜାମାନେ ଗାଁ ଗାଁରେ ଲୋକ ପଠାଇ ଡୁଙ୍ଗୁରା ପିଟି ପିଟି ଗାଁର ଲୋକମାନଙ୍କୁ ଜଣାଉ ଥିଲେ। ସବୁ ଲୋକଙ୍କର ମତ ତାହା ଦ୍ୱାରା ରାଜାଙ୍କ ପାଖରେ ପହଞ୍ଚି ଯାଉଥିଲା। ଏଇ ସମ୍ବିଧାନ ତ ଜଣେ ରାଜାଙ୍କର ରାଜକାର୍ଯ୍ୟ ଚଳାଇବାର ଆଜ୍ଞା ନ ଥିଲା। ଏହା ତ ଅସଂଖ୍ୟ ରାଜାଙ୍କୁ ମିଶାଇ ମହାରାଜାଙ୍କ ମହାଜ୍ଞା ଥିଲା। ତେଣୁ ଏହି କାର୍ଯ୍ୟ କରିବା ପୂର୍ବରୁ ଏହାର ମତାମତ ନେବାପାଇଁ ଗାଁ ଗାଁକୁ ଯାଇ ଡୁଙ୍ଗୁରା ଅନେକ ଥର ପିଟି ଲୋକଙ୍କୁ ଅବଗତ କରାଇବା ଉଚିତ ଥିଲା।

ଏହା ବତାଇବା ଉଚିତ ଥିଲା ଯେ ଏହି ସମ୍ବିଧାନ ଲାଗୁ ହେବା ପରେ ହିନ୍ଦୁ ତଥା ଭାରତୀୟମାନଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନ ହିନ୍ଦୁ ଧର୍ମଶାସ୍ତ୍ର ଦ୍ୱାରା ସଂଚାଳିତ ଓ ନିୟନ୍ତ୍ରିତ ତଥା ଅନୁଶାସିତ ରହି ପାରିବ ନାହିଁ, ଅପିତୁ କତିପୟ ଶ୍ରେଷ୍ଠ ରାଜନୀତିଜ୍ଞ ଦ୍ୱାରା କିଛି ଦିନର ପରିଶ୍ରମ କରି ରଚନା କରାଯାଇଥିବା ଏକ ନିୟମ ଦ୍ୱାରା ସଞ୍ଚାଳିତ ଓ ନିୟନ୍ତ୍ରିତ ହେବ।

ଏକଥା ସର୍ଵଜନ ବିଦିତ ଯେ ହିନ୍ଦୁ ଧର୍ମଶାସ୍ତ୍ର  କୋଟି କୋଟି ତପଃପୂତ ଋଷିମୁନି, ବିଦ୍ୱାନ, ସଦାଚାରୀ, ଧର୍ମଜ୍ଞ, ଶ୍ରେଷ୍ଠ ମହାପୁରୁଷ ଓ ଶୀର୍ଷସ୍ଥ ଧର୍ମାଚାର୍ଯ୍ୟଙ୍କ ଦ୍ଵାରା ରଚନା କରାଯାଇଛି। ଏଭଳି ଅଦ୍ଵିତୀୟ ଧର୍ମଶାସ୍ତ୍ର ସ୍ଥାନରେ ଛ ମାସ ପରିଶ୍ରମ ଓ ପଚାଶ ରାଜନୀତିଜ୍ଞଙ୍କ କଠିନ ପରିଶ୍ରମରେ ରାଚାଯାଇଥିବା ଏକ ନିୟମ ଆମେ ସ୍ୱୀକାର କରିବାକୁ ଯାଉଛୁ। ଏହାପରେ ଆମ ଧର୍ମଶାସ୍ତ୍ର କେବଳ ସଂଗ୍ରହାଳୟରେ ସ୍ଥାନ ପାଇବ । ସେଥିରେ ଥିବା ନୀତି ନିୟମ ସେହି ସ୍ଥାନରେ ରହିଯିବ। ଆମର ସାଂସ୍କୃତିକ ଜୀବନଧାରା ଅନିୟନ୍ତ୍ରିତ ହୋଇଯିବ । ଏ କଥା ସେତେବେଳର ହିନ୍ଦୁ ସମାଜକୁ ଗାଁକୁ ଗାଁ ଯାଇ ଡୁଙ୍ଗୁରା ପିଟି କେହି ବତାଇଲେ ନାହିଁ। ତେଣୁ ଆମେ ପାଇଲେ ନୈତିକ ଆଧାର ବିହୀନ ଏକ ସମ୍ବିଧାନ।

ଆମ ଧ୍ୟାନରେ ଆଉ ଗୋଟିଏ କଥା ଆସିବା ଉଚିତ ଥିଲା ଯେ ଫିଲିଫାଇନ୍ସ ଦେଶ ପୂର୍ବରୁ ହିନ୍ଦୁ ଦେଶ ଥିଲା। ସେଠାରେ କେତେ ଶତାବ୍ଦୀ ପୂର୍ବରୁ ଫିଲିପ୍ସ ନାମକ ଏକ ଖ୍ରୀଷ୍ଟିଆନ ଆକ୍ରମଣ କରି ସେ ଦେଶକୁ ନିଜ ନାମରେ ଫିଲିଫାଇନ୍ସ କରିଦେଲେ, କିନ୍ତୁ ସେହି ଦେଶରେ ସମ୍ବିଧାନ ନିର୍ମାଣ ହେଉଥିବା ସମୟରେ ସେଠିକାର ଜନତା ଖ୍ରୀଷ୍ଟିଆନ ସମ୍ବିଧାନ ସ୍ୱୀକାର କଲେ ନାହିଁ । ଫିଲିଫାଇନ୍ସ ପାର୍ଲିଆମେଣ୍ଟରେ ହିନ୍ଦୁ ନିୟମର ପ୍ରଣେତା ମନୁଙ୍କ କଥା ଲେଖା ଯାଇଛି -

When the Philippines drafted its Constitution, it placed the statue of Manu (the progenitor and lawgiver of the human race) in the National Assembly Hall with this inscription on its base: “The first, the greatest and the wisest law-giver of mankind.” 

୯. ୧. ୧୮

No comments: