Wednesday, 3 January 2018

*ବୌଦ୍ଧିକ କ୍ଷେତ୍ରରେ ଅବକ୍ଷୟ**

ଦେଶଭକ୍ତି ଗୋଟେ କି ଜିନିଷ ବୋଲି ଏମାନେ ତର୍କ କରନ୍ତି। ବୈଶ୍ବିକ ନାଗରିକ ହେବା, ସନ୍ଦିଗ୍ଧ ଅନ୍ତର୍ରାଷ୍ଟ୍ରୀୟ ଏନ. ଜି. ଓ. ସହ ମିଶିବା ଓ ନିଜ ଦେଶକୁ ଓ ନିଜ ଦେଶର ସରକାରକୁ ବିଦେଶରେ ନିନ୍ଦା କରି ଧନ, ଯଶ,ପୁରସ୍କାର ପାଇବାର ଲୋଭ ଓ ପ୍ରଚଳନ ଏମାନଙ୍କ ଦ୍ବାରା ଆରମ୍ଭ ହେଲା।

ପାକିସ୍ତାନ ଓ ଚୀନକୁ ଆମ ଦେଶର ଭୂମି ଦେଇଦେବା ପାଇଁ ବିଭିନ୍ନ ପ୍ରକାରର ତର୍କ ଦେବାରେ ଏମାନେ ପାରଙ୍ଗମ। ଲୋକତନ୍ତ୍ର, ଜନବାଦ ଓ ମାନବ ଅଧିକାର ଶବ୍ଦକୁ ବୁଲେଇ ବଙ୍କେଇ ଶତ୍ରୁକୁ ସୁରକ୍ଷିତ ରଖିବାରେ ଏମାନେ ସମର୍ପିତ ଥାନ୍ତି। ଦେଶର ଜନତା ଯାହା ଚାହୁଁ ଥାନ୍ତି ତାହାର ଠିକ୍ ବିପରୀତ କାର୍ଯ୍ୟ କରିବାରେ ଏମାନଙ୍କୁ ଆନନ୍ଦ ମିଳେ।

ସୋଭିଏତ ଋଷ ଖଣ୍ଡ ଖଣ୍ଡ ହୋଇଯିବା ପରେ ଭାରତରେ ଆର୍ଥିକ ଉଦାରୀକରଣ ନାଁ ରେ ଭୂମଣ୍ଡଳୀକରଣ ସ୍ଲୋଗାନ ଚାଲିଲା। ଏହା ସହିତ ଇଂରାଜୀ ପ୍ରୀତି ଓ ଆତ୍ମହୀନତା ଭାବ ବଢ଼ିଲା। ଦେଶର ଜନତା ଓ ଏମାନଙ୍କ ମଧ୍ୟରେ ଦୂରତା ବଢ଼ିଲା।

ଜଣା ଅଜଣା ବିଦେଶୀ ଅନୁଦାନ ଏଜେନ୍ସିଙ୍କ ଜାଲ ବିଛାଇ ଦିଆଗଲା। ଯେଉଁଥିପାଇଁ ଅସଂଖ୍ୟ ଏନ.ଜି.ଓ ଜନ୍ମ ନେଲେ । ଏମାନଙ୍କ ଭିତରୁ ଅଧିକାଂଶ ଭାରତ ଭିତରେ ଭାରତ ବିରୋଧୀ ଯୋଜନାକୁ ସ୍ୱରୂପ ଦେବାରେ ଲାଗିଲେ। ଏହି ଯୋଜନାକୁ ସେମାନେ ରାଜନୀତି, ପ୍ରଚାର ମାଧ୍ୟମ, ଶିକ୍ଷା, ପ୍ରଶାସନ, ନ୍ୟାୟପାଳିକା ଆଦି ସବୁ କ୍ଷେତ୍ରରେ ବିଭିନ୍ନ ବିଦେଶୀ ଶକ୍ତିଙ୍କ ଦ୍ୱାରା ଲାଗୁ କରାଇଲେ। ରାଷ୍ଟ୍ରବାଦୀ ରାଜନୀତିକୁ ବିଭାଜିତ କରାଇ ଲୋକତନ୍ତ୍ର ଓ ଉଦାରୀକରଣର ଦୁରୂପଯୋଗ କଲେ।

୩. ୧. ୧୮

No comments: