ସେହିପରି ଏମ.ଏଫ.ହୁସେନ ଦରବାରୀ ଚିତ୍ରକର ଥିଲେ। ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିରେ ଲାଗୁ ହୋଇଥିବା କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ପାଇଁ ସେ କୋଡ଼ିଏଟି ଘୋଡ଼ାର ଚିତ୍ର ଆଙ୍କିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ କୁଖ୍ୟାତ ଚିତ୍ରକର ହିନ୍ଦୁ ଦେବା ଦେବୀଙ୍କ ନଗ୍ନ ଚିତ୍ର ଆଙ୍କୁଥିଲେ। ଅଭିବ୍ୟକ୍ତିର ସ୍ୱାଧୀନତା ନାଁ ରେ ଯେଉଁମାନେ ତାଙ୍କୁ ସମର୍ଥନ ଯୋଗାଉ ଥିଲେ ସେମାନେ ସମସ୍ତେ ସେହି କୁଶ୍ଚିତ ମାନସିକତା ଥିବା ଗୋଷ୍ଠୀର ଲୋକ।
ସଞ୍ଜୟ ଗାନ୍ଧୀ ଆମ ପ୍ରଭାବଶାଳୀ ବୁଦ୍ଧିଜୀବୀଙ୍କ ସମ୍ପର୍କରେ କହୁଥିଲେ, "ଏମାନଙ୍କୁ ଯେତେ ଆଘାତ ଦେବ, ଏମାନେ ତୁମର ସେତେ ଆଦର କରିବେ।"
କଣ ଏହା ସତ୍ୟ ନୁହେଁ କି ?
ସବୁ ପ୍ରକାର ଦେଶ ବିରୋଧୀ ଶକ୍ତିଙ୍କ ପ୍ରତି ଅତ୍ୟନ୍ତ ସହାନୁଭୂତି ଏମାନେ ଦେଖାଇଥାନ୍ତି ନ ହେଲେ ମୋୖନ ଥାନ୍ତି।
ଆମ ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଛି। ତେଣୁ ସାମାଜିକ ନ୍ୟାୟ ନାଁ ରେ ଦଳିତଙ୍କ ଅଧିକାର, ମହିଳାଙ୍କ ଅଧିକାର ଆଦି ନାଁ ରେ ଆନ୍ଦୋଳନ ହେଉଛି। କିନ୍ତୁ ଯେଉଁଠି ବାସ୍ତବିକ ଭେଦଭାବ ଅଛି, ଅତ୍ୟାଚାର ଅଛି ତା ପାଇଁ ଲଢ଼ିବା ବେଳେ ଏମାନେ କେଉଁଠି ଥାନ୍ତି ? ତିନି ଥର ତଲାକ କହି ଜଣେ ମୁସଲମାନ ତା ସ୍ତ୍ରୀ କୁ ତ୍ୟାଗ କରେ ଓ ଆହୁରୀ ଅନେକ ପ୍ରକାର ଅତ୍ୟାଚାରର ଲମ୍ବା ତାଲିକା ମୁସଲିମ ମହିଳାମାନେ ଦେଇଥାନ୍ତି, କିନ୍ତୁ ସ୍ୱାଧୀନତାକୁ ଉପଭୋଗ କରୁଥିବା ଏଇ ବୁଦ୍ଧିଜୀବୀମାନେ ଦୀର୍ଘ ୭୦ ବର୍ଷ ଆଖିରେ ଅନ୍ଧ ପୁଟୁଳି ଲଗାଇ କାହିଁକି ବସିଥିଲେ ?
ଅତ୍ୟାଚାରୀତା ମହିଳାଙ୍କୁ ସୁରକ୍ଷା ଏମାନେ ଦେଇଥିବା ତାଲିକା କମ ମିଳେ ବରଂ ଦୁଃଚରିତ୍ରା କହି ତାଙ୍କୁ ସେହି କଷ୍ଟ ଭୋଗିବାକୁ ଛାଡ଼ି ଦେଇଥିବା ତାଲିକା ଅଧିକ ମିଳେ।
କେଉଁଠି ଥିଲେ ସେହି ମାନବ ଅଧିକାର ନାଁ ରେ ଗଢ଼ିଥିବା ଅସଂଖ୍ୟ ବୁଦ୍ଧିଜୀବୀ ଦଳ। କଣ ଏମାନଙ୍କ ମାନବ ଅଧିକାର କେବଳ ଦେଶଦ୍ରୋହୀଙ୍କୁ ମୁକ୍ତି ଦେବା ପାଇଁ ଉଦ୍ଦିଷ୍ଟ ??
୧. ୧. ୧୮

No comments:
Post a Comment