⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି*
*ମକର୧ ଦିନ,ଜ୍ୟେଷ୍ଠା ନକ୍ଷତ୍ର*
*ବିଚ୍ଛା ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୧୪ ତାରିଖ*
🌾 *ର ବି ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ସୂର୍ଯ୍ୟ ସକଳ ଶକ୍ତିର ଆଧାର!
ଏଇ ମକର ସଂକ୍ରାନ୍ତିରୁ ତାଙ୍କର ଗତିପଥ ପରିବର୍ତ୍ତନ ହୁଏ! ଉତ୍ତରାୟଣ ମାର୍ଗ ଆରମ୍ଭ ହୁଏ! ଦିନ କ୍ରମଶଃ ବଡ଼ ହୁଏ ! ଖରା ଟାଣ ହୁଏ! ଉଷ୍ମତା ଜୀବନର ଲକ୍ଷଣ! ମକର ମାସ ଆରମ୍ଭ ହୁଏ ସୌର ଗଣନାନୁସାରେ! ଏହା ସମରସତାର ପର୍ବ, ଗଣ ମିଳନର ପର୍ବ! ସ୍ନେହସାର ସହ ଶର୍କରା ତିଳସହ ଗୁଡ଼ର ମିଶ୍ରଣ...ରାଶିଲଡୁ ସଙ୍ଗଠନର ମଧୁର ସମ୍ପର୍କର ମହତ୍ତ୍ବ ପ୍ରତିପାଦନ କରେ..ଆମେ ଆଜି ଦିନରେ ବିତରଣ କରୁ ଅନେକ ମକର ଚାଉଳ ସ୍ନେହ, ଆଦର ଶ୍ରଦ୍ଧା, ଆତ୍ମୀୟତା, ବିଶ୍ବାସର ପଞ୍ଚାମୃତ ! "ଉତ୍ତରୋତ୍ତର ପ୍ରଗତି ହେଉ" ଆମେ ଆଶୀର୍ବାଦ ଦଉ .. ଉତ୍ତରଦିଗ ଊର୍ଦ୍ଧ୍ୱ ଗମନର, ବିକାଶର ଲକ୍ଷଣ.. ସାହିତ୍ୟ ଭିତରେ ବି ବହୁ ପୁରୁଣା କଥାଟିଏ
*ମକର_ଗଲେ_ବକର_ହୁଏ*
ଖରା ଟାଣ ହୁଏ ଅର୍ଥରେ ଏ କଥାଟି ପ୍ରଚଳିତ! ବୋଧେ ଖରରୁ ପ୍ରଖର ଆଉ ତାର ଅପଭ୍ରଂଶ ଶବ୍ଦ ବଖର ହେଇପାରେ !
ମିତ୍ର ସୂର୍ଯ୍ୟ ନାରାୟଣଙ୍କ ଅନ୍ଯନାମ.. ଆମ ସମସ୍ତଙ୍କ ମଧ୍ୟରେ ମିତ୍ରତାବଢୁ ❗ ବୁଦ୍ଧି ତେଜସ୍କ୍ରିୟ ହେଉ ଏବଂ ଜଗତର କଲ୍ୟାଣ ହେଉ! ସମସ୍ତଙ୍କ ହୃଦୟରେ ଶାନ୍ତି ରୂପକ କ୍ରାନ୍ତି ସମ୍ଯକ୍ ରୂପେ ଅଧିଷ୍ଠିତ ହେଉ!
*ମକର ସଂକ୍ରାନ୍ତିର ଶୁଭେଚ୍ଛା*
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Sunday, 14 January 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment