⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ମାଘ ମାସ କୃଷ୍ଣପକ୍ଷ, ଅମାବାସ୍ୟା ତିଥି*
*ମକର ୦୪ ଦିନ, ଉତ୍ତରାଷାଢା ନକ୍ଷତ୍ର*
*ମକର ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଜାନୁଆରୀ ମାସ ୧୭ ତାରିଖ*
🌾 *ବୁ ଧ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ଗୋରା ମାଳତୀର
ଚୋରା ସୌରଭ ଆସେ ବହି
'ଉଠସଙ୍ଗାତ' କହିକହି
ଖଞ୍ଜନ ଡାକେ ଡାହୁକରେ
ଚାହଁଟି କେସନେ ନାଲି ଛୁଁଚ ଦିଏ
ଉଷା ବଧୁ ତାର ପ୍ରାଚୀ-ଘରେ |
ଚାହିଁ କାହା ମୁଖେ କି ଭାଳି କେଜାଣି ତାରାଟିଏ
ମଊନେ ଅଳପ ହସିଦିଏ
ମୁଖ ହେଲି ନଦୀ ଥୀର ଜଳେ
ନିଶିର ଶିଶିର ହସେ ଦରଦର
ବନ ତମାଳର ଶ୍ଯାମ ଦଳେ ||
ନବ ରବି କରେ ତାଳବନ ଧରେ ରୂପା ଛତା
ଅନାଏ ଚମକି ତରୁ-ଲତା
ଶୁଣି ଗୋପସୁତ ବେଣୁତାନ
ନିଦୁଆ ପବନେ ଢୋଳେଇ ଢୋଳେଇ
ମୁରୁକି ହସଇ ବାଳଧାନ ||
_*କବି ବିଦ୍ୟୁତ୍ ପ୍ରଭା*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment