Saturday, 13 January 2018

*ସ୍ୱାମୀଜୀଙ୍କ ଭାଷଣ.*

ଆଦିକବିଙ୍କ ବିଷୟରେ ସେ କହିବାକୁ ଆରମ୍ଭ କଲେ-

ପ୍ରାଚୀନ କାଳରେ ଗୋଟିଏ ଘଞ୍ଚ ଜଙ୍ଗଲରେ ଜଣେ ଯୁବକ ବାସ କରୁଥିଲା। ସେ ଅତ୍ୟନ୍ତ ବଳବାନ ଓ ଶକ୍ତିଶାଳୀ ଥିଲା। ଯେତେବେଳେ ସେ କୌଣସି ପ୍ରକାରେ ନିଜ ପରିବାରର ଭରଣ ପୋଷଣ କରିବାରେ ସକ୍ଷମ ନ ହେଲା, ଶେଷରେ ସେ ଦସ୍ୟୁ ବୃତ୍ତି ସ୍ୱୀକାର କଲା। ଏବେ ସେ ସେହି ପଥ ଦେଇ ଯାଉଥିବା ପାଥିକମାନଙ୍କୁ  ଆକ୍ରମଣ କଲା ଓ ତାଙ୍କ ଧନ ଲୁଟିନେଇ ନିଜ ବାପା-ମାଆ ଓ ସ୍ତ୍ରୀ-ପୁତ୍ର ଆଦିଙ୍କ ଭରଣ ପୋଷଣ କଲା। ଏଇଭଳି ଅନେକ ବର୍ଷ ବିତିଗଲା। ଥରେ ସଂଯୋଗବଶତଃ ସେହି ରାସ୍ତାଦେଇ ମର୍ତ୍ତ୍ୟଲୋକକୁ ଆସୁଥିଲେ ମହର୍ଷି ନାରଦ। ଦସ୍ୟୁ ଯୁବକ ତାଙ୍କ ଉପରେ ଆକ୍ରମଣ କଲା।

ମହର୍ଷି ତାଙ୍କୁ ପଚାରିଲେ, 'ତୁମେ ମୋତେ କଣ ପାଇଁ ଲୁଟୁଛ ? ମନୁଷ୍ୟର ଧନ ଅପହରଣ କରିବା ପାପ ଅଟେ। ତୁମେ କଣ ପାଇଁ ଏଇ ପାପ ଅର୍ଜନ କରୁଛ ?

ଦସ୍ୟୁ ଉତ୍ତର ଦେଲା, "ମୁଁ ଏହି ଅପହୃତ ଧନ ଦ୍ୱାରା ମୋର କୁଟୁମ୍ବୀମାନଙ୍କୁ ପୋଷୁଛି।"

ଏହା ଶୁଣି ଦେବର୍ଷି ନାରଦ କହିଲେ, "ଦସ୍ୟୁ ଯୁବକ! କଣ ତୁମେ ଏ କଥା କେବେ ବିଚାର କରିଛ ଯେ, ତୁମର ଆତ୍ମୀୟ ଜନ ମଧ୍ୟ ତୁମ ପାପରେ ସହଭାଗୀ ହେବେ ?"

ଦସ୍ୟୁ କହିଲା, "ନିଶ୍ଚୟ ସେମାନେ ସବୁ ମୋର ପାପରେ ମଧ୍ୟ ଅଂଶ ଗ୍ରହଣ କରିବେ।"

ଦେବର୍ଷି ନାରଦ କହିଲେ, "ଆଚ୍ଛା, ତୁମେ ଗୋଟେ କାମ କର। ମୋତେ ଏଇ ଗଛରେ ବାନ୍ଧି ପକାଅ। ଏବେ ଘରକୁ ଯାଅ। ନିଜର ସମସ୍ତ ସ୍ଵଜନଙ୍କୁ ଟିକିଏ ପଚାରି ଆସ ଯେ, ସେମାନେ ଯେପରି ତୁମର ପାପ ଦ୍ୱାରା ଆସିଥିବା ଅର୍ଥକୁ ଉପଭୋଗ କରୁଛନ୍ତି ସେହିପରି ସେମାନେ  ତୁମଦ୍ୱାରା ସଞ୍ଚିତ ପାପରେ  ମଧ୍ୟ ଅଂଶଗ୍ରହଣ କରିବେ କି ?

ଦସ୍ୟୁ ସେହିଠାରେ ମହର୍ଷି ନାରଦଙ୍କୁ ଗୋଟିଏ ଗଛରେ ବାନ୍ଧିଦେଇ ଦୌଡ଼ି ଦୌଡ଼ି ଯାଇ ଘରେ ପହଞ୍ଚିଲା। ସେ ପ୍ରଥମେ ତାର ବାପାଙ୍କୁ ପଚାରିଲା, "ବାପା, ଆପଣ ଜାଣିଛନ୍ତି କି ମୁଁ କେଉଁ ଉପାୟରେ ଅର୍ଥ ଉପାର୍ଜନ କରୁଛି ଓ ଆପଣମାନଙ୍କୁ ପୋଷୁଛି ?"

ବାପା କହିଲେ, "ନା, ମୁଁ ଜାଣି ନାହିଁ।"

ଦସ୍ୟୁ କହିଲା, "ପଥିକମାନଙ୍କୁ କାଳ ପାଖକୁ ପଠାଇ ଦେଇ ମୁଁ ତାଙ୍କ ଧନ ପ୍ରାପ୍ତ କରୁଛି।"

ଏ କଥା ଶୁଣି ତା'ର ବାପା ରାଗରେ ପାଚି ଲାଲ ହୋଇଗଲେ ଏବଂ କହିଲେ, "ନୀଚ୍ଚ! ପାପୀ! କୁଳାଙ୍ଗାର!  ତୁ ମୋର ପୁଅ ହୋଇ ଏଭଳି ପାପ କରୁଛୁ ? ମୋ ସମ୍ମୁଖରୁ ତୁ ପଳେଇ ଯା', ତୋର କଳା ମୁହଁ ଦେଖିବାକୁ ମୁଁ ଚାହୁଁ ନାହିଁ।"

କ୍ରମଶଃ.....

୧୩. ୧. ୧୮

No comments: